ନୂଆଦିଲ୍ଲୀରେ ଓଡ଼ିଶା ଜର୍ଣ୍ଣାଲିଜିମ୍‌ ଆୱାର୍ଡ ଉତ୍ସବ ୩ରେ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ପୁରାତନ ଓଡ଼ିଆ ସାହିତ୍ୟ ଏବଂ ସାମାଜିକ ସଂଗଠନ ପଲ୍ଲୀବାଣୀ ମିଶନ ପକ୍ଷରୁ ଓଡ଼ିଶା ଜର୍ଣ୍ଣାଲିଜିମ୍‌ ଆୱାର୍ଡ ଆସନ୍ତା ୩ ତାରିଖ ଦିନ ୭ ଜଣ ସାମ୍ବାଦିକଙ୍କୁ ପ୍ରଦାନ କରାଯିବ। ଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ କ୍ଲବର ସ୍ପିକର ହଲରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଟାଇମ୍ସ ଅଫ୍‌ ଇଣ୍ଡିଆର ଭୁବନେଶ୍ବର ବ୍ୟୁରୋ ଚିଫ୍‌ ଅଶୋକ କୁମାର ପ୍ରଧାନ, ଫାଇନାନ୍‌ସିଆଲ ଏକ୍ସପ୍ରେସର ସହକାରୀ ସମ୍ପାଦକ ସନ୍ଦୀପ ଦାସ, ଚଳଚ୍ଚିତ୍ର ସାମ୍ବାଦିକ ସୂର୍ଯ୍ୟ ଦେଓ, ନ୍ୟୁଜ୭ର ସମ୍ବାଦ ଉପସ୍ଥାପିକା ମୌସୁମୀ ମହାନ୍ତି, ଓଟିଭିର ମାଲକାନଗିରି ପ୍ରତିନିଧି ଜୀତେନ୍ଦ୍ର ବେଉରା, ସମାଜ ଓ କଳିଙ୍ଗ ଟିଭିର କୋଲକାତା ପ୍ରତିନିଧି ପ୍ରମୋଦ କୁମାର ମହାନ୍ତି ଏବଂ କୋରାପୁଟର ସମ୍ବାଦ ଓ କନକ ନ୍ୟୁଜର ପ୍ରତିନିଧି ପ୍ରଶାନ୍ତ କୁମାର ଦାଶଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। ଏହି ଅବସରରେ ପଲ୍ଲୀବାଣୀର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ଲୋଗୋ ମଧ୍ୟ ଉନ୍ମୋଚନ କରାଯିବ ବୋଲି ମିଶନର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର