ଓଡ଼ିଶା ଜର୍ଣ୍ଣାଲିଜମ ଆଓ୍ଵାର୍ଡ ୨୦୧୮ : ପୁରସ୍କୃତ ହେବେ ୮ ବରିଷ୍ଠ ସାମ୍ବାଦିକ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ପୁରାତନ ଓଡ଼ିଆ ସଂଗଠନ ପଲ୍ଲୀବାଣୀ ମିସନ ପକ୍ଷରୁ ସମ୍ମାନଜନକ ଓଡ଼ିଶା ଜର୍ଣ୍ଣାଲିଜମ ଆଓ୍ଵାର୍ଡ-୨୦୧୮ ପାଇଁ ୮ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ଚୟନ କରାଯାଇଛି। ସେହି ୮ ଜଣ ହେଲେ, ବରିଷ୍ଠ ସ୍ତମ୍ଭକାର ତଥା ପୌରୁଷର ସମ୍ପାଦକ ଅସିତ ମହାନ୍ତି, ପ୍ରମେୟ ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର, ଦି ଟେଲିଗ୍ରାଫର ଆବାସିକ ସମ୍ପାଦକ ପ୍ରକାଶ ପାତ୍ର, ନିର୍ଭୟ ସମ୍ପାଦକ ନବୀନ ଦାସ, ସାମାନ୍ୟକଥନ ସମ୍ପାଦକ ଦେବେନ୍ଦ୍ର ପୃଷ୍ଟି, ଓଟିଭି ସମ୍ପାଦକ ରାଧାମାଧବ ମିଶ୍ର, ଭାରତୀୟ ପ୍ରେସ୍‌ ପରିଷଦ ସଦସ୍ୟ ଛାୟାକାନ୍ତ ନାୟକ ଓ ଟାଇମ୍ସ ଅଫ ଇଣ୍ଡିଆର ପ୍ରତିନିଧି ଦୀପକ ଦାଶ। ନୂଆଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ କ୍ଲବରେ ଜୁନ ୩ ତାରିଖ ଦିନ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ପଲ୍ଲୀବାଣୀ ମିସନ ଅଧ୍ୟକ୍ଷ ରାମଚନ୍ଦ୍ର ନାଥ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର