ସାଂସଦ ଏ ଭି ସ୍ୱାମୀ ଆହତ, ଆଇସିୟୁରେ ଭର୍ତ୍ତି

ନୂଆଦିଲ୍ଲୀ : ଆଜି ରାଜ୍ୟସଭାରେ ଓଡ଼ିଶା ସାଂସଦ ଏ.ଭି. ସ୍ୱାମୀ ସନ୍ତୁଳନ ହରାଇ ଖସିପଡ଼ିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ନୂଆଦିଲ୍ଲୀର ରାମ ମନୋହାର ଲୋହିଆା ହସ୍ପିଟାଲରେ ଭର୍ତ୍ତିକରାଯାଇଛି। ସେ ଏବେ ଆଇସିୟୁରେ ଚିକିତ୍ସାଧୀନ ଥିବା ବେଳେ ସମ୍ପୂର୍ଣ୍ଣ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି। ସାଂସଦ ସ୍ୱାମୀଙ୍କ ଚିକିତ୍ସାପାଇଁ ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଟିମ୍‌ର ଗଠନ କରାଯାଇଛି। ରକ୍ତଚାପ କିମ୍ବା ମଧୁମେହ କାରଣରୁ ସେ ସନ୍ତୁଳନ ହରାଇ ପଡ଼ିଯାଇଥିବା ରାଜ୍ୟସଭା ଅଧ୍ୟକ୍ଷ ଏମ୍‌.ଭେଙ୍କିୟା ନାଇଡ଼ୁ ସୂଚନା ଦେଇଥିଲେ। ସାଂସଦଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା କରାଯିବା ପରେ ସବୁ କିଛି ଠିକ୍‌ ଥିବା ଡାକ୍ତର କହିଛନ୍ତି। ଗୋଟିଏ ଦିନ ନିରୀକ୍ଷଣରେ ରଖାଯିବା ପରେ ଶନିବାର ତାଙ୍କୁ ଡିସଚାର୍ଜ କରାଯିବ। ହସ୍ପିଟାଲ ଯାଇ ଅନ୍ୟ ସାଂସଦ ଓ ସମର୍ଥକମାନେ ଏ.ଭି.ସ୍ୱାମୀଙ୍କୁ ଭେଟିଛନ୍ତି। ଉଲ୍କେଖଯୋଗ୍ୟ, ୨୦୧୬ ଜୁଲାଇ ୨୧ରେ ତତ୍କାଳୀନ ବିଜେଡି ସାଂସଦ ବିଷ୍ଣୁ ଦାସ ମଧ୍ୟ ସଂସଦ ଭବନରେ ପଡ଼ି ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର