ବିଶ୍ୱକୁ ପ୍ରଭାବିତ କରିବାର କ୍ଷମତା ଓଡ଼ିଆ ସଂସ୍କୃତିରେ ରହିଛି

ଦ୍ୱିତୀୟ ଦିନରେ ଓଡ଼ିଶା ପର୍ବ

ଓଡ଼ିଆ ଖାଦ୍ୟ, ହସ୍ତକଳା ଷ୍ଟଲ୍‌ରେ ଭିଡ଼

ନୂଆଦିଲ୍ଲୀ : ଓଡ଼ିଆ ଜାତିର ବୀରତ୍ୱ, ସ୍ୱାଭିମାନ, ସଂସ୍କୃତି ସମଗ୍ର ବିଶ୍ୱକୁ ପ୍ରଭାବିତ କରିବାର କ୍ଷମତା ରଖିଛି। ଏହି ସଂସ୍କୃତି ଓ ପରମ୍ପରାର ମହକ କେବଳ ଜାତୀୟ ରାଜଧାନୀରେ ନୁହେଁ, ସମଗ୍ର ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଆ ସମାଜ ଏହାକୁ ପ୍ରଦର୍ଶିତ କରିବା ଆବଶ୍ୟକ। ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ଚାଲିଥିବା ଓଡ଼ିଆ ପର୍ବର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।

ଆଗାମୀ ଦିନରେ ଓଡ଼ିଶା ପର୍ବର ବିଶାଳତା ସମଗ୍ର ଭାରତ ବର୍ଷକୁ ପ୍ରଭାବିତ କରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ସାଂସଦ ବୈଜୟନ୍ତ ପଣ୍ଡା ବାହାରେ ରହୁଥିବା ଓଡ଼ିଆମାନେ ସେମାନଙ୍କ ସଫଳତାର ଅନୁଭବକୁ ନେଇ ଓଡ଼ିଶାକୁ ଆହୁରି ସମୃଦ୍ଧ କରିବାକୁ ଆହ୍ଵାନ ଦେଇଥିଲେ। ଦିଲ୍ଲୀର ସାଂସଦ ତଥା ଅଭିନେତା ମନୋଜ ତିଓ୍ଵାରୀ ଭୋଜପୁରୀ ଭାଷାରେ ଗୀତ ଗାଇ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ମଞ୍ଚରେ ପଦ୍ମଶ୍ରୀ ହଳଧର ନାଗ, ଅଭିନେତ୍ରୀ ମହେଶ୍ୱତା ରାୟ, ଅପରାଜିତା ମହାନ୍ତି ଓ ମିହିର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଆ ପର୍ବରେ ଖୋଲିଥିବା ଓଡ଼ିଆ ଖାଦ୍ୟ ଏବଂ ହସ୍ତତନ୍ତ ଓ ହସ୍ତକଳା ଷ୍ଟଲ୍‌ରେ ବେଶ୍‌ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର