ଅଭିଜିତ୍ ଆୟାରଙ୍କୁ ଗିରଫ ପାଇଁ ଦିଲ୍ଲୀରେ ଓଡ଼ିଶା ପୁଲିସ

ନୂଆଦିଲ୍ଲୀ : କୋଣାର୍କ ସୂର୍ଯ୍ୟ ମନ୍ଦିର ସଂପର୍କରେ ଅପମାନସୂଚକ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କୁ ଗିରଫ କରିବା ଲାଗି ଆଜି ଦିଲ୍ଲୀରେ ଓଡ଼ିଶାର ୪ ଜଣିଆ ପୁଲିସ ଟିମ୍ ପହଞ୍ଚିଛି। ଏସ୍‌ଟିଏଫ୍‌ ଏସ୍‌ପି ସତ୍ୟଜିତ୍ ନାୟକ ଏହି ଟିମ୍‌ର ‌େନତୃତ୍ବ ନେଉଛନ୍ତି। ସୂତ୍ର ଅନୁସାରେ ଅଭିଜିତ୍‌ଙ୍କୁ ଗିରଫ ପାଇଁ ଏହି ଟିମ୍‌ ଦିଲ୍ଲୀ ପୁଲିସ ସହାୟତାରେ ତାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ପହଞ୍ଚି ତନାଘନା କରିଥିବା ଜଣାପଡ଼ିଛି। ଜଙ୍ଗପୁରା ଏକ୍ସଟେନ୍‌ସନସ୍ଥିତ ତାଙ୍କ କାର୍ଯ୍ୟାଳୟ, ନେହରୁ ପ୍ୟାଲେସ୍‌ ଏବଂ ତା‌ଙ୍କ ବାସଭବନ ସଫଦରଜଙ୍ଗ ଏନ୍‌କ୍ଲେଭ୍‌କୁ ଯାଇ ସେଠାରେ ପୁଲିସ ଅଭିଜିତ୍‌ଙ୍କ ସଂପର୍କରେ ପଚରାଉଚରା କରିଛି। କିନ୍ତୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ତାଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇନାହିଁ। ଅଭିଜିତ୍‌ଙ୍କ ସଂପର୍କ‌େର ପୁଲିସକୁ କୌଣସି ଠୋସ୍‌ ସୂଚନା ମିଳିନଥିବା ବେଳେ ତାଙ୍କୁ ଧରିବା ପାଇଁ ପୁଲିସ ତାଙ୍କ ମୋବାଇଲ୍ ଫୋନ୍‌କୁ ଟ୍ରାକିଂ କରୁଛି। ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରିବ ବୋଲି ପୁଲିସ ଆଶା ରଖିଛି।

ସମ୍ବନ୍ଧିତ ଖବର