ନୂଆଦିଲ୍ଲୀ: ଓଡ଼ିଶା ପୁଲିସର ବିଶେଷ ଅଭିଯାନ ସମୁହ (ଏସ୍ଓଜି)ର ଜଣେ ସହାୟକ କମାଣ୍ଡେଣ୍ଟଙ୍କୁ ମାଓବାଦୀଙ୍କ ସହିତ ସଂଘର୍ଷ କରୁଥିବା ସମୟରେ ନିଜର ଜୀବନକୁ ଦେଶପାଇଁ ଉତ୍ସର୍ଗ କରିବାକୁ ପଡ଼ିଥିଲା। ଏଥିପାଇଁ ଏସ୍ଓଜିର ସହାୟକ କମାଣ୍ଡେଣ୍ଟ ସହିଦ ପ୍ରମୋଦ କୁମାର ଶତପଥୀଙ୍କୁ ମରଣତ୍ତୋର ଭାବେ ପ୍ରଦାନ କରାଯିବ ଅଶୋକ ଚକ୍ର । ଆଶୋକ ଚକ୍ର ସମ୍ମାନ ସହାସିକତା, ବୀରତ୍ୱ ଓ ଆତ୍ମ ବଳିଦାନ ଦେଇଥିବା ଦେଶର ସେନାଙ୍କୁ ପ୍ରଦାନ କରାଯାଇଥାଏ। ଏହା ଶାନ୍ତିକାଳର ସର୍ବୋଚ୍ଚ ବୀରତ୍ୱ ସମ୍ମାନ। ଆଶୋକ ଚକ୍ର ସମ୍ମାନ ସହାସିକତା, ବୀରତ୍ୱ ଓ ଆତ୍ମ ବଳିଦାନ ଦେଇଥିବା ଦେଶର ସେନାଙ୍କୁ ପ୍ରଦାନ କରାଯାଇଥାଏ। ଏହା ଶାନ୍ତିକାଳର ସର୍ବୋଚ୍ଚ ବୀରତ୍ୱ ସମ୍ମାନ।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାର ଗୋସାମା ଜଙ୍ଗଲ ଓ ଫୁଲବାଣୀ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ସେନା ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟ ସମୟରେ ୨୦୦୮ ଫେବ୍ରୁଆରି ୧୬ ତାରିଖରେ ଏସ୍ଓଜିର ସହାୟକ କମାଣ୍ଡେଣ୍ଟ ପ୍ରମୋଦ କୁମାର ଶତପଥୀ ସହିଦ ହୋଇଯାଇଥିଲେ।
/sambad/media/post_attachments/wp-content/uploads/2018/10/download-2-11.jpg)
ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ କହିବାନୁସାରେ, ସହିଦ ପ୍ରମୋଦ କୁମାର ଶତପଥୀଙ୍କ ବୀରତା ଓ ସାହାସିକତାକୁ ଧ୍ୟାନରେ ରଖି ତାଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନୀତ କରାଯାଇଛି। ଆଗକୁ ଅଧିକାରୀ କହିଛନ୍ତି, ୨୦୦୮ ଫେବ୍ରୁଆରି ୧୫ରେ ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଭାରୀ ଅସ୍ତ୍ରଶସ୍ତ୍ର ସହିତ ୫୦୦ରୁ ଅଧିକ ମାଓବାଦୀ ନୟାଗଡ଼ ଥାନାସ୍ଥିତ ପୁଲିସ ପ୍ରଶିକ୍ଷଣ (ପିଟିଏସ୍), ଦୁଇ ଅନ୍ୟ ଥାନା ସମେତ ନୟାଗଡ଼ ଓ ଗଞ୍ଜାମର ଥାନା ଉପରେ ଚାରିଆଡୁ ଆକ୍ରମଣ କରିଥିଲେ। ଏହି ମାଓବାଦୀଙ୍କ ପାଖରେ ବିଭିନ୍ନ ପ୍ରକାରର ୧,୨୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ମହଜୁଦ ଥିଲା। ମାଓବାଦୀଙ୍କ ଆକ୍ରମଣରେ ସେହି ସମୟରେ ୧୪ ପୁଲିସକର୍ମୀ ସହିଦ ହୋଇଥିଲେ ।
ଏହି ଆକ୍ରମଣରେ ପରେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସହିତ ଗାଡ଼ି ଓ ବସକୁ ଅପହରଣ କରି ଗଞ୍ଜାମ ଓ ଫୁଲବାଣୀ ଜଙ୍ଗଲକୁ ଚାଲି ଯାଇଥିଲେ। ଏହା ଆକ୍ରମଣ ପରେ ପରେ ତୁରନ୍ତ ପ୍ରମୋଦ ଶତପଥୀ ଓ ଅନ୍ୟ ଏସ୍ଓଜି ସଦସ୍ୟ ମୋଟରସାଇକେଲରେ ନୟାଗଡ଼ ପହଞ୍ଚିଥିଲେ। ସହାୟକ କମାଣ୍ଡେଣ୍ଟ ତୁରନ୍ତ ଏକ ଯୋଜନା ବନାଇ ଏସ୍ଓଜି, ଓଡ଼ିଶା ସ୍ପେଶାଲ ଆର୍ମଡ ପୁଲିସ, ସିଆରପିଏଫ୍ ସହିତ ସେହି ଅଞ୍ଚଳରେ ପ୍ରବେଶ କରିଥିଲେ ଯେଉଁଠାରେ ମାଓବାଦୀ ଲୁଚି ରହିଥିଲେ। ଶତପଥୀଙ୍କ ପରାମର୍ଶକ୍ରମେ ଟିମ୍ ମାଓବାଦୀଙ୍କ ଉପରେ ଅକ୍ରେମଣ କରିଥିଲା। ଏହାପରେ ନକ୍ସଲମାନେ ବି ସେମାନଙ୍କ ପକ୍ଷରୁ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ। ମାଓବାଦୀଙ୍କ ଗୁଳିର ସାମ୍ନା କରିବାକୁ ଯାଇ ଶତପଥୀ ସହିଦ ହୋଇଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/727789-ashok-chakra.jpg)