ନୂଆଦିଲ୍ଲୀ : ଆସନ୍ତାକାଲି ଦିଲ୍ଲୀର ରାଜପଥରେ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶର ୧୭ଟି ରାଜ୍ୟର ପ୍ରଜ୍ଞାପନ ମେଢ଼ ସମେତ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିବ। ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ ଲିଙ୍ଗରାଜ ମନ୍ଦିର ସାଙ୍ଗକୁ ରୁକୁଣା ରଥ ରହିଛି। ଆସନ୍ତାକାଲି ରାଜପଥରେ ମେଢ଼ ପ୍ରଦର୍ଶିତ ହେବ। ତେବେ ଏହା ପୂର୍ବରୁ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଭାଗ ନେଇଥିବା ୧୭ ରାଜ୍ୟର କଳାକାରମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିବା ନୃତ୍ୟ ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। ଓଡ଼ିଶା ଦ୍ବାରା ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହାକୁ ଜ୍ୟୁରି ଦ୍ବାରା ଉଚ୍ଚ ପ୍ରଶଂସା କରାଯାଇଥିଲା। ସୂଚନାଯୋଗ୍ୟ ଯେ ଓଡ଼ିଶାର ୩ଟି ଓଡ଼ିଶୀ ନୃତ୍ୟ ଅନୁଷ୍ଠାନରୁ ୩୦ ଜଣ ଶିଳ୍ପୀ ପ୍ରଜ୍ଞାପନ ମେଢ଼ରେ ନୃତ୍ୟ ପରିବେଷଣ କରିବେ। ପ୍ରଜ୍ଞାପନ ମେଢ଼ର କଳାକାର ମାନେ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଚଳିତବର୍ଷର ପ୍ରଜ୍ଞାପନ ମେଢ଼ ପ୍ରତିଯୋଗିତାରେ ଓଡ଼ିଶା ପଦକ ଜିଣିବା ଆଶା କରାଯାଉଛି ବୋଲି ମେଢ଼ ଡିଜାଇନ୍ କରିଥିବା ପ୍ରତିଷ୍ଠିତ ଶିଳ୍ପୀ ଗଜେନ୍ଦ୍ର ସାହୁ ଓ ଛତ୍ରପତି ବିଶ୍ବାଳ କହିଛନ୍ତି। ଦୁଇ ଶିଳ୍ପୀଙ୍କ କହିବା ଅନୁଯାୟୀ ପୂର୍ବରୁ ରାଜପଥରେ ପ୍ରଦର୍ଶିତ ହୋଇଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ତୁଳନାରେ ଚଳିତ ବର୍ଷର ପ୍ରଜ୍ଞାପନ ମେଢ଼ ଉତ୍ତମ କାରୁକାର୍ଯ୍ୟ ଓ ଭିନ୍ନ ଶୈଳୀରେ ପ୍ରସ୍ତୁତ କରାଯାଇଛି। ଓଡ଼ିଶାର ମହାନ୍ ଐତିହ୍ୟକୁ ଆସନ୍ତାକାଲି ସାରା ଦେଶ ଦେଖିବ।
ଓଡ଼ିଶାର ପ୍ରଜ୍ଞାପନ ମେଢ଼ : କଳାକାରଙ୍କ ନୃତ୍ୟ ପ୍ରଥମ ସ୍ଥାନ ପାଇଲା
/sambad/media/post_attachments/wp-content/uploads/2020/01/delhi-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)