ଓଡ଼ିଶାର ପ୍ରଜ୍ଞାପନ ମେଢ଼ କାର୍ଯ୍ୟ ଚୂଡ଼ାନ୍ତ, ଆସନ୍ତାକାଲି ପୂର୍ଣ୍ଣାଙ୍ଗ ଅଭ୍ୟାସରେ ଭାଗନେବ

ନୂଆଦିଲ୍ଲୀ : ଆସନ୍ତା ଜାନୁଆରି ୨୬ରେ ରାଜପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିବ। ଚଳିତ ସାଧାରଣତନ୍ତ୍ର ଦିବସର ପ୍ରଜ୍ଞାପନ ମେଢ଼ରେ ରହିଛି ଲିଙ୍ଗରାଜ ମନ୍ଦିର ସାଙ୍ଗକୁ ରୁକୁଣା ରଥ। ଏହି ପ୍ରଜ୍ଞାପନ ମେଢ଼ ନିର୍ମାଣର କାର୍ଯ୍ୟ ଚୂଡ଼ାନ୍ତ ହୋଇଛି ଏବଂ ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ପୂର୍ବରୁ ପୂର୍ଣ୍ଣାଙ୍ଗ ଅଭ୍ୟାସ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ।

ଆଜି ଓଡ଼ିଶା ସମେତ ଦେଶର ସାଧରଣତନ୍ତ୍ର ଦିବସରେ ଭାଗନେବାକୁ ଥିବା ଅନ୍ୟ ରାଜ୍ୟମାନଙ୍କର ପ୍ରଜ୍ଞାପନ ମେଢ଼ର ପ୍ରସ୍ତୁତି ଓ ପ୍ରଗତି ସମ୍ପର୍କରେ ମିଡିଆ କର୍ମୀମାନଙ୍କୁ ଅବଗତ କରାଯାଇଥିଲା। ଛତ୍ରପତି ବିଶ୍ବାଳ ଏବଂ ଗଜେନ୍ଦ୍ର ସାହୁଙ୍କ ତତ୍ତ୍ବାବଧାନରେ ପ୍ରତିଷ୍ଠିତ କାଷ୍ଠଶିଳ୍ପୀ ଓ ଚିତ୍ରଶିଳ୍ପୀ ମାନଙ୍କ ଦ୍ବାରା ପ୍ରଜ୍ଞାପନ ମେଢ଼ର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ପ୍ରଜ୍ଞାପନ ମେଢ଼ରେ ପାଖାପାଖି ୩୦ ଜଣ ଶିଳ୍ପୀ ସଂଗୀତ ନୃତ୍ୟ ପରିବେଷଣ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର