ମହିଳା ନିର୍ଯାତନାରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ: ରାଜ୍ୟରେ ୨୬ ପ୍ରତିଶତ ବଢ଼ିଛି ଅପରାଧ

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳର ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିକୁ କରିଛନ୍ତି ରାଷ୍ଟ୍ରୀୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାନତୀ ଶ୍ରୀନିବାସନ। ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ରାଷ୍ଟ୍ରୀୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାନତୀ ଶ୍ରୀନିବାସନ, ସାଂସଦ ସୁନିତା ଦୁଗ୍ଗଲ, ବିଧାୟକ ରୁପା ମିତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମମିତା ମେହେରଙ୍କୁ ହତ୍ୟାକାଣ୍ଡ ନିର୍ମମ ଭାବେ ହତ୍ୟା କରାଯାଇଛି। ମମିତା ସନସାଇନ ସ୍କୁଲରେ ଶିକ୍ଷୟତ୍ରୀ ଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ୱାରା ଏହି ଷଡ଼ଯନ୍ତ୍ର ହୋଇଛି। ଗୋବିନ୍ଦ ସାହୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ। ଦିବ୍ୟଶଙ୍କର ନିୟମିତ ଭାବେ ସ୍କୁଲକୁ ଯାଉଥିଲେ। ଆର୍ଥିକ ସହାୟତା ଯୋଗାଇ ଦେଉଥିଲେ। ଗୋବିନ୍ଦ ସାହୁ ଅନେକ ଥର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି। ଗୋବିନ୍ଦ ସାହୁ ୪ ଦିନ ପୁଲିସ ହେପାଜତରେ ରହିବା ପରେ ଫେରାର ହୋଇଗଲେ। ଗୋବିନ୍ଦ ସାହୁ ସ୍ୱୀକାର କରିଛି ଯେ ମମିତା ତାଙ୍କର ଗୁମର ଖୋଲିବା ପାଇଁ ଧମକ ଦେଇଥିଲେ। ଅଭିଯୁକ୍ତ ଗୃହମନ୍ତ୍ରୀଙ୍କ ପ୍ରତିନିଧି ଏବଂ ତାଙ୍କ ନିର୍ବାଚନ ମଣ୍ଡଳୀରେ ପତିଆରା ହାସଲ କରିଥିଲେ ।
ଏଭଳି ପରିସ୍ଥିତିରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ବିଜେପି। ରାଜ୍ୟ ସାରା ଲଗାତାର ଆନ୍ଦୋଳନ କରିଆସୁଛି। ନୈତିକତା ଦୃଷ୍ଟିରୁ ଗୃହରାଷ୍ଟ୍ର ମନ୍ତ୍ରୀ ଇସ୍ତଫା ଦେବା ଉଚିତ। ମା ମାଣିକେଶ୍ୱରୀ ଏବଂ ପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ମନ୍ତ୍ରୀ ପଦ ଛାଡ଼ି ଦେବା ଉଚିତ ।
ସରକାରୀ ସ୍ତରରେ ବର୍ତ୍ତମାନ ସୁଦ୍ଧା ପରିବାରକୁ କୌଣସି ଆର୍ଥିକ ସହାୟତା ଦିଆଯାଇନାହିଁ। କେନ୍ଦ୍ର ସରକାରଙ୍କ ଦ୍ୱାରା ପୀଡ଼ିତାଙ୍କ ପରିବାରକୁ ସହାୟତା ଦେବାର ଫଣ୍ଡ ରହିଛି। ବିଜେପି ଦାବି କରୁଛି, ମମିତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ ରାଜ୍ୟ ସରକାର। ମେହେର ସମାଜ ମଧ୍ୟ ମମିତା ପାଇଁ ନ୍ୟାୟ ଦାବି କରୁଛନ୍ତି। ଗତକାଲି ଏସପି ଏକାଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରିବା କଥା କହିଛନ୍ତି। ତେଣୁ ସାକ୍ଷୀମାନଙ୍କୁ ମଧ୍ୟ ସୁରକ୍ଷା ଦିଅନ୍ତୁ ରାଜ୍ୟ ସରକାର।
ସାଂସଦ ସୁନିତା ଦୁଗ୍ଗଲ କହିଛନ୍ତି, ଏନସିଆରବି ରିପୋର୍ଟ ଅନୁସାରେ ମହିଳା ନିର୍ଯାତନାରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନରେ। ରାଜ୍ୟରେ ୨୬ ପ୍ରତିଶତ ବଢ଼ିଛି ଅପରାଧ, ହେଲେ ଦଣ୍ଡ ବିଧାନ ହାର ମାତ୍ର ୯ ପ୍ରତିଶତ। ଓଡ଼ିଶା ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ।

ସମ୍ବନ୍ଧିତ ଖବର