ଓଡ଼ିଶା ସମେତ କେତେକ ରାଜ୍ୟରେ ଦୈନିକ ସଂକ୍ରମଣ ବଢୁଛି : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ ଗତ ଦୁଇ ଦିନ ହେଲା ସଂକ୍ରମଣ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି କିନ୍ତୁ ଏହା ଏକ ପ୍ରାରମ୍ଭିକ ଟ୍ରେଣ୍ଡ୍ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।

ଦେଶର ୧୩ଟି ରାଜ୍ୟରେ ଏବେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା, ୬ଟି ରାଜ୍ୟରେ ୫୦ ହଜାରରୁ ୧ ଲକ୍ଷ ପର୍ୟ଼୍ୟନ୍ତ ସକ୍ରିୟ ମାମଲା ଓ ୧୭ଟି ରାଜ୍ୟରେ ୫୦ ହଜାରରୁ କମ ସକ୍ରିୟ ମାମଲା ରହିଛି ବୋଲି ସେ କହିଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ଦୈନିକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯ଼େ ଦେଶରେ କେତେକ ରାଜ୍ୟ ଯ଼େପରିକି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ,ଝାରଖଣ୍ଡ, ତେଲେଙ୍ଗାନା ତଥା ଲକ୍ଷଦ୍ବୀପ, ଆଣ୍ଡାମାନ ଓ ନିକୋବର, ଲଦାଖ ପରି କେନ୍ଦ୍ର ଶାସିତ ଅଞ୍ଚଳରେ ସଂକ୍ରମଣ ମାମଲା ହ୍ରାସ ପାଉଥିବା ଲକ୍ଷ୍ୟ କରାଯ଼ାଉଛି । ସେହିପରି କର୍ଣ୍ଣାଟକ,କେରଳ, ତାମିଲନାଡ଼ୁ, ଓଡ଼ିଶା, ପଞ୍ଜାବ, ଆସାମ, ଜମ୍ମୁ ଓ କଶ୍ମୀର, ହିମାଚଳ ପ୍ରଦେଶ, ନାଗାଲାଣ୍ଡ, ତ୍ରିପୁରା ଆଦି ରାଜ୍ୟରେ ସଂକ୍ରମଣ ବଢୁଥିବା ଦେଖାଯ଼ାଇଛି । ଅନ୍ୟପକ୍ଷରେ ଦେଶରେ ଏବେସୁଦ୍ଧା ପ୍ରାଯ ୧୭ କୋଟି ୫୦ ଲକ୍ଷ ଲୋକଙ୍କୁ ଟିକା ଦିଆଯ଼ାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର