ନୂଆଦିଲ୍ଲୀ : ବିହାର ସଡ଼କ ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ ଓଡ଼ିଶା ଲାଗୁ କରିବା ସମ୍ଭାବନା ରହିଛି। ଗତକାଲି ପାଟନାସ୍ଥିତ ବିଶ୍ବେଶ୍ବରାୟ ଭବନର ସଡ଼କ ନିର୍ମାଣ ବିଭାଗକୁ ଓଡ଼ିଶାର ଏକ ପ୍ରତିନିଧି ମଣ୍ଡଳ ଗସ୍ତ କରିଥିଲେ। ପ୍ରତିନିଧି ମଣ୍ଡଳରେ ସ୍ବତନ୍ତ୍ର ସଚିବ ଏ.କେ ପ୍ରଧାନ, ଇଆଇସି ପ୍ରଦୀପ କୁମାର ସାମଲ ଏବଂ ସିଷ୍ଟମ୍‌ ଆନାଲିଷ୍ଟ ଦେବ କୁମାର ତ୍ରିପାଠୀ ସାମିଲ ହୋଇଥିଲେ।

Advertisment

ଓଡ଼ିଶାର ପ୍ରତିନିଧି ମଣ୍ଡଳ କମାଣ୍ଡ ଏବଂ କଣ୍ଟ୍ରୋଲ କେନ୍ଦ୍ର ପରିଦର୍ଶନ କରିବା ସହ ଏହି କେନ୍ଦ୍ର ଜରିଆରେ କିଭଳି ସଡ଼କର ରକ୍ଷଣାବେକ୍ଷଣ କରାଯାଏ ତାହା ଉପରେ ସେଠାକାର ବରିଷ୍ଠ ଅଧିକାରୀ ଅବଗତ କରାଇଥିଲେ। ଓଡ଼ିଶା ଏହି ବ୍ୟବସ୍ଥା ଆପଣାଇଲେ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ବିହାରର ଅଧିକାରୀମାନେ କହିଥିଲେ। ଓଡ଼ିଶାର ପ୍ରତିନିଧି ମଣ୍ଡଳ ବିହାରର ଉପମୁଖ୍ୟମନ୍ତ୍ରୀ ତଥା ନିର୍ମାଣ ମନ୍ତ୍ରୀ ତେଜସ୍ବୀ ଯ‌ାଦବଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ।