ଭୁବନେଶ୍ବର : ଆସନ୍ତା ୨୦୨୯ ସୁଦ୍ଧା ରାଜ୍ୟକୁ ଉତ୍କର୍ଷ ଉତ୍କଳ ନିବେଶ ସମ୍ମିଳନୀ ମାଧ୍ୟମରେ ୨ ଲକ୍ଷ ୫୦ ହଜାର କୋଟି ଟଙ୍କାର ଘରୋଇ ପୁଞ୍ଜିନିବେଶ ଓ ୨ ବିଲିୟନ ଡଲାରରୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝି ନିଜ ବଜେଟ ଅଭିଭାଷଣରେ ଘୋଷଣା କରିଛନ୍ତି ।

Advertisment

୨୦୨୭ ସୁଦ୍ଧା ରାଉରକେଲା,ସମ୍ବଲପୁର, ପାରାଦୀପ ଓ ଧାମରାକୁ ସଂଯୋଗ କରୁଥିବା ଶିଳ୍ପ କରିଡରର ବିକାଶ ପାଇଁ ୨୦ କୋଟିର ପ୍ରସ୍ତାବ ଦିଆଯାଇଛି । ଶିଳ୍ପପୁଞ୍ଜ ଗୁଡ଼ିକୁ ପ୍ରେତ୍ସାହନ ଦେବାକୁ ପ୍ରସ୍ପର ଓଡ଼ିଶା ଯୋଜନା କାର୍ଯ୍ୟକାରୀ କରାଯିବ । ଏଥିପାଇଁ ୫୦ କୋଟିର ବ୍ୟୟ ବରାଦ କରାଯାଇଛି । ଷ୍ଟାର୍ଟ ଅପ ଇଣ୍ଡିଆ ଓ ଇନକୁବେସନ ସେଣ୍ଟରମାଧ୍ୟମରେ ପ୍ରତିବର୍ଷ ୧ ହଜାର ଉଦ୍ୟୋଗୀଙ୍କୁ ସହାୟତା ଦିଆଯିବ ।

ଓଡ଼ିଶାର ୧୦ଟି ସ୍ଥାନରେ ମଲଟି ମୋଡାଲ ଲଜିଷ୍ଟିକ୍ସ ପାର୍କ ନିର୍ମାଣ ହେବ ଓ ଏଥିପାଇଁ ୧୦ କୋଟି ଟଙ୍କାର ବ୍ୟୟବରଦ କରାଯାଇଛି । ସେହିପରି ରାଜ୍ୟରେ ମେଗା ଫୁଡ୍ ପାର୍କର ବିକାଶ ପାଇଁ ବି ୧୦ କୋଟି ଟଙ୍କାର ବ୍ୟୟବରଦ କରାଯାଇଛି । ଶିଳ୍ପ ସଂସ୍ଥାମାନଙ୍କ ପାଇଁ ରାଜ୍ୟରେ ୧୦ ଲକ୍ଷ ଏକର ବିଶିଷ୍ଟ ଏକ ଲାଣ୍ଡ ବ୍ୟାଙ୍କ ପ୍ରତିଷ୍ଠା ହେବ ଓ ଏଥିପାଇଁ ୨୦୦ କୋଟିର ପ୍ରସ୍ତାବ ରଖାଯାଇଛି ।