ସିଲଂ: ଭୁବନେଶ୍ୱର ଛାଡ଼ିବାର ୨୪ ଘଣ୍ଟା ପରେ ୨୧ ଜଣିଆ ଦଳ ଶନିବାର ପୂର୍ବାହ୍ଣରେ ମେଘାଳୟର ପୂର୍ବ ଜୟନ୍ତିଆ ପାର୍ବତ୍ୟ ଜିଲ୍ଲାର କୋଇଲା ଖଣିରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରେ ସେଠାରେ ଏନ୍ଡିଆରଏଫ୍ର ଏକ ଦଳ ମଧ୍ୟ ମୁତୟନ ଅଛନ୍ତି।
ମେଘାଳୟ ସରକାର ଉଚ୍ଚ କ୍ଷମତା ସଂପନ୍ନ ପମ୍ପସେଟ୍ ନ ଥିବା ହେତୁ ଖଣିରେ ଫସି ରହିଥିବା ୧୫ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ବନ୍ଦ ରଖିଥିଲେ। ଏହାପରେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ମାଗିଥିଲେ। ମେଘାଳୟର ଅନୁରୋଧ ପରେ ଉଦ୍ଧାର କାର୍ଯ୍ୟରେ ଦକ୍ଷତା ଥିବା ୨୧ ଜଣିଆ ଓଡ଼ିଆ ଟିମ୍ ସେଠାକୁ ଗସ୍ତ କରିଛନ୍ତି।
ମାତ୍ର ସ୍ଥାନୀୟ ପ୍ରଶାସନର ଅବହେଳା ହେତୁ ଓଡ଼ିଆ ଉଦ୍ଧରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚବାରେ ବହୁ ବିଳମ୍ବ ଘଟିଛି। ବିମାନ ଯୋଗେ ଶୁକ୍ରବାର ସକାଳ ୧୧.୩୦ରେ ଓଡ଼ିଶା ଅଗ୍ନିଶମ ଦଳ ଗୌହାଟିରେ ପହଞ୍ଚିବା ପରେ ସେଠାରୁ ୨୨୦ କିଲୋମିଟର ଦୂରରେ ଥିବା ଖଣିକୁ ନେବା ଲାଗି କୌଣସି ବ୍ୟବସ୍ଥା କରି ନ ଥିଲେ ମେଘାଳୟ ସରକାର। ଦିନ ସାରା ବସିବା ପରେ ସଂଧ୍ୟା ୫.୪୫ ରେ ଓଡ଼ିଶା ଉଦ୍ଧାରକାରୀ ଦଳକୁ ମେଘାଳୟ ଯିବା ଲାଗି ବ୍ୟବସ୍ଥା ହୋଇଥିଲା। ଫଳରେ ଶନିବାର ରାତି ୨ଟା ପାଖାପାଖି ଉଦ୍ଧାରକାରୀମାନେ ଖଣିଠାରୁ ୨୫ କିଲୋମିଟର ଦୂରସ୍ଥ ଏକ ସ୍କୁଲରେ ପହଞ୍ଚଥିଲେ। ସେଠାରେ ମେଘାଳୟ ସରକାରଙ୍କର ଜଣେ ବି ହେଲେ କର୍ମଚାରୀ ନ ଥିଲେ। ବିଶ୍ରାମ ନେବାର କୌଣସି ବ୍ୟବସ୍ଥା ନ ଥିଲା। ଫଳରେ ହାଡ଼ଭଙ୍ଗା ଶୀତରେ ପଡ଼ି ରହିବାକୁ ବାଧ୍ୟ ହୋଇଥିଲେ ଓଡ଼ିଶାର ଉଦ୍ଧାରକାରୀ ଦଳ।
/sambad/media/post_attachments/wp-content/uploads/2018/12/4nu43t7o_meghalaya-mine-rescue-operation-ndtv_625x300_29_December_18-300x185.jpg)
ଓଡ଼ିଶା ଉଦ୍ଧାରକାରୀ ଦଳ ନେତୃତ୍ୱ ନେଉଥିବା ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ କହନ୍ତି ,ଏତେ ସବୁ ଅସୁବିଧା ସତ୍ତ୍ୱେ ଆମେ ମଧ୍ୟାହ୍ଣ ୧ଟା ପାଖାପାଖି ଖଣି ଅଞ୍ଚଳରେ ପହଞ୍ଚିଛୁ। ମେଘାଳୟ ସରକାରଙ୍କ ପକ୍ଷରୁ ସର୍ବନିମ୍ନ ସାଧାରଣ ଆବଶ୍ୟକତାକୁ ମଧ୍ୟ ପୂରଣ କରାଯାଇ ନାହିଁ। ଅନିଦ୍ରା ଓ ଅଖିଆ ରହି ଆମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛୁ।
ଅନ୍ୟ ପକ୍ଷରେ ଜିଲ୍ଲା ଏସ୍ପି କହିଛନ୍ତି ଯେ, ଓଡ଼ିଶା ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି,ସେମାନେ ଖୁବ୍ଶୀଘ୍ର କାର୍ଯ୍ୟ ପମ୍ପ ଓ ଅନ୍ୟ ଆନୁଷ୍ଠାନିକ ସାମଗ୍ରୀ ପାଇଲେ କାର୍ଯ୍ୟ ଆରମ୍ଭ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Meghalaya-mine.jpg)