ଓଡ଼ିଶା ଟ୍ରେନ ଟ୍ରାଜେଡି: ୧୦୦ ଆମ୍ବୁଲାନ୍ସ ଓ ୫୦ ବସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ

ଭୁବନେଶ୍ବର: ଓଡ଼ିଶାର ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ରାତି ପ୍ରାୟ ସଢ଼େ ୬ଟାରେ ସାଲିମାର – ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସର କେତୋଟି ବଗି ଟ୍ରାକରୁ ଖସି ଯାଇଥିବାବେଳେ ବିପରୀତ ଦିଗରୁ ଆସୁଥିବା ବାଙ୍ଗାଲୋର – ହାୱାଡା ଏକ୍ସପ୍ରେସ ଧକ୍କା ହେବାରୁ ଭୟଙ୍କର ଦୁର୍ଘଟଣା ଘଟିଛି।

ଉକ୍ତ ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ୧୦୦ ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିବାବେଳେ ପ୍ରାୟ ୫୦ ବସକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପ୍ରକାଶ କରିଛନ୍ତି। ସାରା ରାତି ଉଦ୍ଧାର କାର୍ଯ୍ୟ ଚାଲିବ ବୋଲି ସୂଚନା ମିଳୁଛି।

ସମ୍ବନ୍ଧିତ ଖବର