ମୁମ୍ବାଇ : ବହୁଚର୍ଚ୍ଚିତ ଆରୟାନ ଖାଁ ଡ୍ରଗ୍ସ ମାମଲାର ଏକ ଓଡ଼ିଶା ଲିଙ୍କ ବାହାରିଛି । ଆଜି ଏହି ମାମଲାରେ ଆଉ ୪ ଜଣ ଗିରଫ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଏହି ୪ ଜଣଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଯୁବକ ଥିବା ଜଣାଯାଇଛି । ସେମାନେ ହେଲେ ରାଉରକେଲାର ମନିଷ ରାଜଗାରିଆ ଓ ଅବିନ ସାହୁ । ଏମାନେ ସେଦିନ ସେହି କ୍ରୁଜ ଜାହାଜରେ ଥିଲେ ବୋଲି ଜଣାଯାଇଛି । ସେମାନଙ୍କୁ ମୁମ୍ବାଇର ଏସପ୍ଲାଣ୍ଡ କୋର୍ଟ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ରିମାଣ୍ଡକୁ ପଠାଇଦେଇଛନ୍ତି ।
ପୂର୍ବରୁ ଏହି ମାମଲାରେ ୧୨ ଜଣ ଗିରଫ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଆରୟାନ ଖାଁ । ଆଜି ଗିରଫ ହୋଇଥିବା ୪ ଜଣଙ୍କୁ ମିଶାଇଲେ ଏହି ମାମଲାରେ ମୋଟ ୧୬ ଜଣ ଗିରଫ ହେଲେଣି ।
ଅନ୍ୟପକ୍ଷରେ ମୁମ୍ବାଇର ଏସପ୍ଲାଣ୍ଡ କୋର୍ଟ ଆରୟାନ, ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ଏନସିବି ରିମାଣ୍ଡ ଅବଧିକୁ ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/96366a27-fb1a-4d6c-9945-6038b7ed6a11.jpg)