ଆରୟାନ ଖାଁ ଡ୍ରଗ୍ସ ମାମଲାର ଓଡ଼ିଶା ଲିଙ୍କ୍, ଗିରଫ ହେଲେ ରାଉରକେଲାର ୨ ଯୁବକ

ମୁମ୍ବାଇ : ବହୁଚର୍ଚ୍ଚିତ ଆରୟାନ ଖାଁ ଡ୍ରଗ୍ସ ମାମଲାର ଏକ ଓଡ଼ିଶା ଲିଙ୍କ ବାହାରିଛି । ଆଜି ଏହି ମାମଲାରେ ଆଉ ୪ ଜଣ ଗିରଫ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଏହି ୪ ଜଣଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଯୁବକ ଥିବା ଜଣାଯାଇଛି । ସେମାନେ ହେଲେ ରାଉରକେଲାର ମନିଷ ରାଜଗାରିଆ ଓ ଅବିନ ସାହୁ । ଏମାନେ ସେଦିନ ସେହି କ୍ରୁଜ ଜାହାଜରେ ଥିଲେ ବୋଲି ଜଣାଯାଇଛି । ସେମାନଙ୍କୁ ମୁମ୍ବାଇର ଏସପ୍ଲାଣ୍ଡ କୋର୍ଟ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ରିମାଣ୍ଡକୁ ପଠାଇଦେଇଛନ୍ତି ।

ପୂର୍ବରୁ ଏହି ମାମଲାରେ ୧୨ ଜଣ ଗିରଫ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଆରୟାନ ଖାଁ । ଆଜି ଗିରଫ ହୋଇଥିବା ୪ ଜଣଙ୍କୁ ମିଶାଇଲେ ଏହି ମାମଲାରେ ମୋଟ ୧୬ ଜଣ ଗିରଫ ହେଲେଣି ।

ଅନ୍ୟପକ୍ଷରେ ମୁମ୍ବାଇର ଏସପ୍ଲାଣ୍ଡ କୋର୍ଟ ଆରୟାନ, ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ  ଏନସିବି ରିମାଣ୍ଡ ଅବଧିକୁ ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ସମ୍ବନ୍ଧିତ ଖବର