୨୦୧୯ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରେ ୮ ଖଣି ନିଲାମ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରେ ୮ଟି ଖଣି ନିଲାମ ହେବ। ଏହି ୮ ଖଣି ମଧ୍ୟରେ ୩ଟି ଚୂନପଥର, ୨ଟି ଲୁହାପଥର, ଗୋଟିଏ ମାଙ୍ଗାନିଜ୍, ଗୋଟିଏ ବକ୍ସାଇଟ୍‌ ଓ ଗୋଟିଏ ଲୁହାପଥର-ମାଙ୍ଗାନିଜ୍ ଖଣି ରହିଛି। ଏ ସବୁ ଖଣିର ନିଲାମ ପ୍ରକ୍ରିୟା ଅଗ୍ରଗତି ସମ୍ପର୍କରେ ରାଜ୍ୟ ସରକାର ଆସନ୍ତାକାଲି ଗୁଜରାଟର ଅହମ୍ମଦାବାଦଠାରେ ଅନୁଷ୍ଠିତ ହେବାକୁ ଥିବା କେନ୍ଦ୍ର ଖଣି ମନ୍ତ୍ରଣାଳୟର କେନ୍ଦ୍ରୀୟ ସମନ୍ବୟ ତଥା କ୍ଷମତାସମ୍ପନ୍ନ କମିଟି ବୈଠକ‌େର ଅବଗତ କରାଇବେ ‌େବାଲି ଏକ ସୂତ୍ରରୁ ଜଣାପଡ଼ିଛି। ଆସନ୍ତାକାଲି ବୈଠକରେ ଓଡ଼ିଶା ସମେତ ୨୧ଟି ରାଜ୍ୟର ପ୍ରତିନିଧି ଯୋଗ‌େଦବେ। ଓଡ଼ିଶାର ୮ଟି ଖଣି ନିଲାମ ଦ୍ବାରା ଲିଜ୍‌ ଅବଧିରେ ୩୧,୭୨୫.୮୦ କୋଟି ଟଙ୍କାର ରାଜସ୍ବ ହାସଲ ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ଓଡ଼ିଶା‌େର ୨୦୨୦ ସୁଦ୍ଧା ୩୧ଟି ଖଣିର ଲିଜ୍‌ ଅବଧି ଶେଷ ହେବ। ଏଥିମଧ୍ୟରୁ ୨୪ଟି ଖଣି କାର୍ଯ୍ୟକ୍ଷମ ଥିବା ବେଳେ କାର୍ଯ୍ୟ କରୁନଥିବା ୭ଟି ଖଣି ରହିଛି। ଲିଜ୍‌ ଅବଧି ସରିଥିବା ଖଣିଗୁଡ଼ିକର ନିଲାମ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମଧ୍ୟ ଆସନ୍ତାକାଲି ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର