ବାଳିକାମାନଙ୍କୁ ଆର୍ଥିକ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଦେଶରେ ନବମ

ନୂଆଦିଲ୍ଲୀ: ବାଳିକାମାନଙ୍କୁ ଆର୍ଥିକ ସୁରକ୍ଷା ଦେବାରେ ଓଡ଼ିଶା ଦେଶରେ ନବମ ସ୍ଥାନରେ ରହିଛି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଏକ ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି। ଓଡ଼ିଶାରେ ୨୦୧୮-୧୯ରେ ସୁକନ୍ୟା ସମୃଦ୍ଧି ଯୋଜନା ଅନ୍ତର୍ଗତ ସମୁଦାୟ ୧୧୦୭୭୨ ଆକାଉଣ୍ଟ୍‌ ଖୋଲାଯାଇଛି, ଯାହା ୨୦୧୭-୧୮ ତୁଳନାରେ ୧୧୮୭୪ ଆକାଉଣ୍ଟ ଅଧିକ ରହିଛି। ୨୦୧୭-୧୮ରେ ସୁକନ୍ୟା ସମୃଦ୍ଧି ଯୋଜନା ଅନ୍ତର୍ଗତ ଓଡ଼ିଶାରେ ୯୮୭୯୮ ଆକାଉଣ୍ଟ୍‌ ଖୋଲାଯାଇଥିଲା। ସରକାରଙ୍କ ତଥ୍ୟ ଅନୁସାରେ, ବାଳିକାମାନଙ୍କୁ ଆର୍ଥିକ ସୁରକ୍ଷା ଦେବାରେ ମଧ୍ୟପ୍ରଦେଶ ଦେଶରେ ପ୍ରଥମ ସ୍ଥାନରେ ରହିଥିବାବେଳେ ଦିଲ୍ଲୀ ଏହି ମାମଲାରେ ନିମ୍ନରେ ରହିଛି। ତଥ୍ୟ ଅନୁସାରେ, ମଧ୍ୟପ୍ରଦେଶରେ ୨୦୧୮-୧୯ରେ ସମୁଦାୟ ୫.୦୨ ଲକ୍ଷ ଆକାଉଣ୍ଟ ସୁକନ୍ୟା ସମୃଦ୍ଧି ଯୋଜନା ଅନ୍ତର୍ଗତ ଖୋଲାଯାଇଛି। ରାଜଧାନୀ ଦିଲ୍ଲୀରେ ୬୪୫୧୧ଟି ଆକାଉଣ୍ଟ ଖୋଲଯାଇଛି। ଦେଶରେ ୨୦୧୮-୧୯ରେ ସୁକନ୍ୟା ସମୃଦ୍ଧି ଯୋଜନା ଅନ୍ତର୍ଗତ ମୋଟ୍ ୩୧,୩୭,୦୦୦ ଖାତା ଖୋଲିଛି। ୨୦୧୭-୧୮ରେ ସାରା ଦେଶରେ ସୁକନ୍ୟା ସମ୍ବୃଦ୍ଧି ଯୋଜନା ଅନ୍ତର୍ଗତ ୨୩.୨୭ ଲକ୍ଷ ଆକାଉଣ୍ଟ୍‌ ଖୋଲାଯାଇଥିଲା।

୨୦୧୮-୧୯ମସିହ‌ାରେ ସୁକନ୍ୟା ସମୃଦ୍ଧି ଯୋଜନା ଅନ୍ତର୍ଗତ ଆକାଉଣ୍ଟ ଖୋଲିବାରେ ମଧ୍ୟପ୍ରଦେଶ ପରେ ଯଥାକ୍ରମେ ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ବିହାର, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ତାଲିକାରେ ରହିଛି। ମହାରାଷ୍ଟ୍ରରେ ୨୭୩୬୩୭ ତାମିଲନାଡୁରେ ୨୬୮୬୮୫ ଉତ୍ତରପ୍ରଦେଶର ୨୫୫୮୪୪, କର୍ଣ୍ଣାଟକ ୨୧୭୩୨୭, ବିହାର ୧୬୨୪୨୭, ଗୁଜରାଟ ୧୨୯୬୭୧ ଓ ଆନ୍ଧ୍ରପ୍ରଦେଶ ୧୨୮୨୨୦ ସୁକନ୍ୟା ସମୃଦ୍ଧି ଯୋଜନା ଆକାଉଣ୍ଟ ଖୋଲାଯାଇଥିବାର କେନ୍ଦ୍ର ସରକାରଙ୍କ ତଥ୍ୟରେ ଉଲ୍ଲେଖ ଅଛି।

ସମ୍ବନ୍ଧିତ ଖବର