ମନମୋହିଲା ମନୀଷା ମନସ୍ବିନୀଙ୍କ ଓଡ଼ିଶୀ

ନୂଆଦିଲ୍ଲୀ : ଓଡ଼ିଶୀ ନୃତ୍ୟାଙ୍ଗନା ମନୀଷା ମନସ୍ବିନୀଙ୍କ ଦ୍ବାରା ଦିଲ୍ଲୀ ସ୍ଥିତ ଇଣ୍ଡିଆ ହେବିଟାଟ୍ ସେଣ୍ଟରର ଷ୍ଟେନ ଅଡିଟୋରିୟମ ଠାରେ ଓଡ଼ିଶୀ ନୃତ୍ୟର କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଓଡ଼ିଶୀ ଗୁରୁ ରୋଜାଲିନ୍ ମହାପାତ୍ରଙ୍କ ଶିଷ୍ୟା ମନୀଷାଙ୍କ ଦ୍ବାରା କାର୍ଯ୍ୟକ୍ରମର ଆରମ୍ଭରେ ମଙ୍ଗଳଚରଣ, ସରସ୍ବତୀ ବନ୍ଦନା ସହ ରାଜଶ୍ରୀ ପଲ୍ଲବୀ ଓଡ଼ିଆ ଅଭିନୟ ‘ଲାଜରେ ସରିଗଲି ଆଜ’, ସଂସ୍କୃତ ଅଭିନୟ ‘ମଧୁ ରାଷ୍ଟ୍ରକ’ ପରିବେଷଣ କରାଯାଇଥିଲେ। କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ସିବିଡିଟିର ସଦସ୍ୟ ତଥା ଭାରତୀୟ ରାଜସ୍ବ ସେବାର ଅଧିକାରୀ ପି କେ ଦାସ ଓ ସଂଚାର ନିଗମ ଲିମିଟେଡ୍ ଏକ୍ସକ୍ୟୁଟିଭ୍ ଆସୋସିଏସନର ଅଧ୍ୟକ୍ଷ ଜି ଏଲ ଯୋଗୀ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟାଙ୍ଗନା ସାରୋନ୍‌ ଲୋଏନ୍‌, ହୁଡକୋର ନିର୍ଦ୍ଦେଶକ ଏସ କେ ନନ୍ଦ ସମେତ ବହୁସଂଖ୍ୟାରେ କଳା ଓ ସଂସ୍କୃତି ପ୍ରେମୀମାନେ ଯୋଗ ଦେଇଥିଲେ। ମନୀଷାଙ୍କ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ମନୀଷା ଦୂରଦର୍ଶନ, ଆଇସିସିଆର ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସ୍ବୀକୃତିପ୍ରାପ୍ତ କଳାକାଳ ଏବଂ ଦେଶ ବିଦେଶରେ ଅନେକ ଓଡ଼ିଶୀ ନୃତ ପରିବେଷଣ କରି ଖ୍ୟାତି ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର