ନୂଆଦିଲ୍ଲୀ: ଦିଲ୍ଲୀ ଟ୍ରାଫିକ ପୁଲିସର ଜଣେ ୫୪ବର୍ଷୀୟ ସହକାରୀ କମିଶନର (ଏସିପି)ଙ୍କୁ ଏକ ମିନି ଟ୍ରକ୍ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଦକ୍ଷିଣ ପଶ୍ଚିମ ଦିଲ୍ଲୀର ରାଜୋକ୍ରି ଫ୍ଲାଏ ଓଭର ନିକଟରେ ଭିଡ଼ ହେବାରୁ ଗାଡ଼ିରୁ ଓହ୍ଲାଇ ସେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପହଞ୍ଚିଥିଲେ। ଠିକ୍ ଏହି ସମୟରେ ଏକ ମିନି ଟ୍ରକ୍ ତାଙ୍କୁ ଧକ୍କା ଦେଇ ପ୍ରାୟ ୫୦ମିଟର ପର୍ଯ୍ୟନ୍ତ ଟାଣି ନେଇଯିବା ପରେ ସେ ମୃତ୍ୟୁବରଣ କରିଥିଲେ। ଶନିବାର ରାତିରେ ଏହି ଘଟଣା ଘଟିଥିବା ଜଣା ପଡ଼ିଛି। |

Advertisment

ମିଳିଥିବା ସୂଚନା ମୁତାବକ, ରାତି ପ୍ରାୟ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ ଡ୍ରାଇଭର ଦୁର୍ଘଟଣାସ୍ଥଳରୁ ଫେରାର ହେବା ସହ ଗୁରୁତର ଆହତ ପୁଲିସ ଅଧିକାରୀଙ୍କୁ ଏମ୍ସର ଟ୍ରମା ସେଣ୍ଟରକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଡେପୁଟି କମିଶନର (ଦକ୍ଷିଣ-ପଶ୍ଚିମ) ଦେବେନ୍ଦର ଆର୍ଯ୍ୟ କହିଛନ୍ତି।

publive-image hindustantimes

ଡିସିପି ଆର୍ଯ୍ୟ କହିଛନ୍ତି ଯେ ଏସିପିଙ୍କୁ ଦ୍ୱାରକା ଟ୍ରାଫିକ ସର୍କଲରେ ପୋଷ୍ଟ କରାଯାଇଥିଲା ଏବଂ ଅଫିସରୁ ଫେରୁଥିବା ବେଳେ ରାଜୋକ୍ରି ଫ୍ଲାଏଓଭର ନିକଟରେ ଭିଡ଼ ଦେଖି ସେ ଅଟକି ଯାଇଥିଲେ। ଏହା ‌ପରେ ଏସିପି ତାଙ୍କ କର୍ମଚାରୀଙ୍କ ସହ ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇଥିଲେ। ଭିଡ଼ ନିୟନ୍ତ୍ରଣ କରିବାରେ ବ୍ୟସ୍ତ ଥିବାବେଳେ ଏସିପିଙ୍କୁ ଟ୍ରକଟି ଧକ୍କା ଦେଇଥିଲା। ଏହି ଘଟଣା ପରେ ଦୁର୍ଘଟଣା ଘଟାଇଥିବା ଅଜ୍ଞାତ ଡ୍ରାଇଭରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୨୭୯ ଏବଂ ୩୦୪ଏ ଅନୁଯାୟୀ ମୃତ୍ୟୁ ଓ ଅବହେଳା ଗାଡ଼ି ଚାଳନା ମାମଲା ପଞ୍ଜିକୃତ ହୋଇଛି।