ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍ ଜେ ଆକବର ଆଜି (ବୁଧବାର) ନୂଆଦିଲ୍ଲୀର ଏକ ଅଦାଲତରେ ଉପସ୍ଥିତ ରହି କହିଛନ୍ତି ଯେ ସାମ୍ବାଦିକା ପ୍ରିୟା ରମାନୀ # ମି ଠୁ ଆନ୍ଦୋଳନରେ ଅଂଶଗ୍ରହଣ କରି ମୋତେ ଯେପରି ଢ଼ଙ୍ଗରେ ‘ପ୍ରତିଭାଶାଳୀ ଶିକାରୀ’ ବୋଲି ଆକ୍ଷେପ କରିଛନ୍ତି ସେଥିରେ ମୁଁ ଅପମାନିତ। ସାମ୍ବାଦିକା ପ୍ରିୟା ରମାନୀଙ୍କର ମୋ ପ୍ରତି ‘ପ୍ରତିଭାଶାଳୀ ଶିକାରୀ’ ଆକ୍ଷେପ ସର୍ବସାଧାଣରେ ମୋର ମର୍ଯ୍ୟାଦାହାନୀ ଘଟାଇଛି ବୋଲି ଅଦାଲତଙ୍କୁ କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ସାମ୍ବାଦିକ ଏମ୍ ଜେ ଆକବର।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, #ମି ଠୁ ଆନ୍ଦୋଳନରେ ଅଂଶଗ୍ରହଣ କରି ସାମ୍ବାଦିକା ପ୍ରିୟା ରମାନୀ ଏକାଧିକ ଟୁଇଟ୍ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ସାମ୍ବାଦିକ ଏମ୍ ଜେ ଆକବରଙ୍କୁ ଜଣେ ‘ପ୍ରତିଭାଶାଳୀ ଶିକାରୀ’ ବୋଲି ଆକ୍ଷେପ କରିବା ସହ ଆକବର ତାଙ୍କୁ ଯୌନ ନିର୍ଯାତନା ଦେବା ସହ ଯୌନ ଶୋଷଣ କରିଥିଲେ ବୋଲି ଅଭିଯୋଗ କରିଥିଲେ। ଏହି ଘଟଣାପରେ ଆହୁରି ବହୁ ସମ୍ବାଦିକା ମଧ୍ୟ #ମି ଠୁରେ ଅଂଶଗ୍ରହଣ କରି ସଂପାଦକ ଥିବା କାଳରେ ଏମ୍ ଜେ ଆକବର ସେମାନଙ୍କୁ ଯୌନ ନିର୍ଯାତନା ଦେବା ସହ ଯୌନ ଶୋଷଣ କରିଥିଲେ ବୋଲି ଅଭିଯୋଗ କରିଥିଲେ। ଏହି ସମସ୍ତ ଅଭିଯୋଗ ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଥିବା ଏମ୍ ଜେ ଆକବରଙ୍କୁ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ପଡ଼ିଥିଲା।
/sambad/media/post_attachments/wp-content/uploads/2018/10/priya-ramani-akbar.jpg)
ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାପରେ ଏମ୍ ଜେ ଆକବର ଦିଲ୍ଲୀର ପାଟିଆଲା ହାଉସ୍ ଅଦାଲତରେ ସାମ୍ବାଦିକା ପ୍ରିୟା ରମାନୀଙ୍କ ବିରୋଧରେ ଏକ ମାନହାନୀ ମାମଲା ଆଗତ କରିଥିଲେ। ଆଜି ପାଟିଆଲା ହାଉସ୍ ଅଦାଲତରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିବା ବେଳେ ଏମ୍ ଜେ ଆକବର ଅଦାଲତରେ ଉପସ୍ଥିତ ରହି ଅଦାଲତଙ୍କୁ କହିଥିଲେ ଯେ ସାମ୍ବାଦିକା ପ୍ରିୟା ରମାନୀ # ମି ଠୁ ଆନ୍ଦୋଳନରେ ଅଂଶଗ୍ରହଣ କରି ତାଙ୍କୁ ଯେପରି ଢ଼ଙ୍ଗରେ ‘ପ୍ରତିଭାଶାଳୀ ଶିକାରୀ’ ବୋଲି ଆକ୍ଷେପ କରିଛନ୍ତି ସେଥିରେ ସେ ଅପମାନିତ ହୋଇଛନ୍ତି ଏବଂ ଏପରି ଆକ୍ଷେପ ଦ୍ୱାରା ସର୍ବସାଧାଣରେ ତାଙ୍କର ମର୍ଯ୍ୟାଦାହାନୀ ଘଟିଛି। ପୂର୍ବରୁ # ମି ଠୁ ଆନ୍ଦୋଳନରେ ଅଂଶଗ୍ରହଣ କରି ସାମ୍ବାଦିକା ପ୍ରିୟା ରମାନୀ ଏକାଧିକ ଆଲେଖ୍ୟ ଲେଖିଥିଲେ ସୁଦ୍ଧା କେଉଁଠାରେ ତାଙ୍କ ନାମ ଉଲ୍ଲେଖ କରି ନଥିଲେ। ଏବେ ଅଭିସନ୍ଧିମୂଳକ ଓ ଯୋଜନାବଦ୍ଧ ଭାବେ ରମାନୀ ତାଙ୍କୁ # ମି ଠୁରେ ଛନ୍ଦୁଛନ୍ତି ବୋଲି ଆକବର ଅଦାଲତଙ୍କ ସମ୍ମୁଖରେ ଅଭିଯୋଗ କରିଥିଲେ। ଆକବରଙ୍କ ଅଭିଯୋଗ ଶୁଣିବା ପରେ ଅଦାଲତ ସାମ୍ବାଦିକା ପ୍ରିୟା ରମାନୀଙ୍କ ଉପରେ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣିକୁ ନଭେମ୍ବର ୧୨ ତାରିଖକୁ ଧାର୍ଯ୍ୟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/mj_akbar_me_too-1.jpeg)