ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟର ପାଇଁ ଅହମଦାବାଦରେ ୮ ଜଣ ଗିରଫ ହୋଇଛନ୍ତି। ‘ମୋଦୀ ହଟାଓ, ଦେଶ୍ ବଚାଓ’ ପୋଷ୍ଟର ଲଗାଇବା ସହ ଏହି ବ୍ୟକ୍ତିମାନେ ବବାଦୀୟ ସ୍ଲୋଗାନ ଦେଇଥିଲେ। ଅହମଦାବାଦ ପୁଲିସ ଅନୁଯାୟୀ ଉକ୍ତ ଘଟଣାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଅନୁଯାୟୀ ସହରର ବିଭିନ୍ନ ଅଂଶରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟର ଲାଗିଥିବାରୁ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପ୍ ଦେଶବ୍ୟାପୀ ପୋଷ୍ଟର ଅଭିଯାନ ଆରମ୍ଭ କରିବାର ଦିନକ ପରେ ୮ ଜଣଙ୍କୁ ଗିରଫ କରାଯାଇଛି। ଗୁଜରାଟ ଆପ୍ ମୁଖ୍ୟ ଇଶୁଦାନ ଗଡ଼ଭୀ କହିଛନ୍ତି, ଯେଉଁମାନେ ଗିରଫ ହୋଇଛନ୍ତି ସେମାନେ ସମସ୍ତେ ଆପ୍ କର୍ମୀ। ବିଜେପି ଏକଛତ୍ରବାଦ ଶାସନ ଚଳାଇଛି ବୋଲି ସେ କହିଛନ୍ତି। ଇଶୁଦାନ କହିଛନ୍ତି, ଗିରଫରୁ ଜଣାପଡ଼ୁଛି ଯେ ବିଜେପି ଭୟ କରିଯାଇଛି। ଉଲ୍ଲେଖଯୋଗ୍ୟ, ଆପ୍ର ‘ମୋଦୀ ହଟାଓ, ଦେଶ ବଚାଓ’ ପୋଷ୍ଟର ଅଭିଯାନ ଦେଶବ୍ୟାପୀ ୧୧ଟି ଭାଷାରେ ଆରମ୍ଭ ହୋଇଛି। ଇଂରାଜି, ହିନ୍ଦୀ ପୋଷ୍ଟର ବାଦ୍ ଗୁଜରାଟୀ, ପଂଜାବୀ, ତେଲୁଗୁ, ବେଙ୍ଗଲି, ଓଡ଼ିଆ, କନ୍ନଡ଼, ମଲୟମଲମ ଏବଂ ମରାଠି ଭାଷାରେ ଏହି ପୋଷ୍ଟର ଜାରି ହୋଇଛି।
ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟର, ୮ ଗିରଫ
/sambad/media/post_attachments/wp-content/uploads/2023/04/6545j46gdgjgjdgjdgjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)