ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ, ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ ୱାୟନାଡ଼ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମସ୍ୟା ବଢ଼ିବାର ଲାଗିଛି। ରାଷ୍ଟ୍ରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଘଟଣାରେ ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବଜେଟ୍ ଅଧିବେଶନର ପ୍ରଥମ ଦିବସରେ ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ‘ପୋର୍ ଲେଡି’ ବୋଲି କହିବା ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ରହିଛି ।
ବିହାରର ଜଣେ ଓକିଲ ସୋନିଆଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଅସମ୍ମାନ କରିଥିବା ଅଭିଯୋଗରେ ସୋନିଆଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ସ୍ଥାନୀୟ ଆଇନଜୀବୀ ସୁଧୀର ଓଝା ଶନିବାର କୋର୍ଟରେ ଅଭିଯୋଗ ଦାଖଲ କରିଥିଲେ।
ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସହ-ଅଭିଯୁକ୍ତ ଭାବେ ଘୋଷଣା କରିବା ସହ ସେମାନଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଓଝା ଦାବି କରିଥିଲେ। ବଜେଟ୍ ଅଧିବେଶନ ପୂର୍ବରୁ ସଂସଦରେ ରାଷ୍ଟ୍ରପତି ମୁର୍ମୁଙ୍କ ମିଳିତ ଅଭିଭାଷଣ ପରେ ଏହି ବିବାଦ ଉପୁଜିଥିଲା। ଯେତେବେଳେ ସାମ୍ବାଦିକମାନେ ସୋନିଆ ଗାନ୍ଧୀଙ୍କୁ ରାଷ୍ଟ୍ରପତିଙ୍କ ଭାଷଣ ବିଷୟରେ ପଚାରିଥିଲେ, ସେ କହିଥିଲେ- ‘ଶେଷ ବେଳକୁ ରାଷ୍ଟ୍ରପତି ବହୁତ ଥକି ଯାଉଥିଲେ। ସେ କହିପାରୁନଥିଲେ, ବିଚାରୀ ମହିଳା ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/02/03/ZDVC8Eg0tKrTmSdz2NlB.jpg)