ଭୋଟ ଦେଲେ ହୋଟେଲରେ ମିଳିବ ରିହାତି, ଭୋଟରଙ୍କୁ ଆକୃଷ୍ଟ କରିବାକୁ ଘୋଷଣା ହେଲା ପୁଳା ପୁଳା ଅଫର

ପାଣାଜୀ: ଆସନ୍ତା ଫେବୃଆରୀ ୧୪ରେ ଗୋଆରେ ମତଦାନ ହେବ | ଆଉ ଭୋଟରଙ୍କୁ ମତଦାନ କେନ୍ଦ୍ର ପ୍ରତି ଆକୃଷ୍ଟ କରିବାକୁ ଏବେ ଅନେକ ପ୍ରକାରର ଅଫର ଦିଆଯାଉଛି | ରାଜ୍ୟରେ ୪୦ଟି ବିଧାନସଭା ଆସନ ପାଇଁ ମୋଟ ୩୦୧ ଜଣ ପ୍ରାର୍ଥୀ ଲଢେଇ କରୁଥିବାବେଳେ ହୋଟେଲ, କଫି ଦୋକାନ, ହଟ ଏୟାର ବେଲୁନ୍ ରାଇଡ୍ ଉପରେ ବିଶେଷ ରିହାତି ଦିଆଯାଉଛି | ନର୍ଥ ଗୋଆର ୩୦ଟି ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକଙ୍କ ଆସୋସିଏସନ ମଧ୍ୟ ଦମ୍ପତିଙ୍କ ପାଇଁ ରିହାତି ପ୍ରଦାନ କରିଛନ୍ତି | ମତଦାନ ତାରିଖ ‘ଭାଲେଣ୍ଟାଇନ୍ସ ଡେ’ରେ ପଡୁଥିବାରୁ ଦମ୍ପତିମାନେ କିଭଳି ଯାଇ ଭୋଟ ଦେବେ ସେଥିପାଇଁ କିଛି ସ୍ୱତନ୍ତ୍ର ଅଫର ଘୋଷଣା କରିଛନ୍ତି | ଉତ୍ତର ଗୋଆ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଟୁଇଟ୍ କରି କହିଛନ୍ତି ଯେ ଫେବୃଆରୀ ୧୪ରେ ଉତ୍ତର ଗୋଆ ଜିଲ୍ଲା ପ୍ରଶାସନ ସହିତ ଗଣତନ୍ତ୍ରର ପର୍ବ ପାଳନ କରନ୍ତୁ |

ଗୋଆର ମାୟେମ ହ୍ରଦରେ ବନଜୀ ଜମ୍ପିଂ ସେଣ୍ଟରରେ ଏକ ବିଶେଷ ରିହାତି ଅଫର ଅଛି | ଯେଉଁମାନେ ଫେବୃଆରୀ ୧୪ରେ ଭୋଟ୍ ଦେବେ, ସେମାନେ ଫେବୃଆରୀ ୧୬ ରୁ ୨୧ ବିଶେଷ ରିହାତିର ଲାଭ ଉଠାଇ ପାରିବେ | ଭୋଟ ଦେବା ପରେ ବାମ ହାତର ଆଙ୍ଗୁଠିରେ ଲାଗିଥିବା କଳା ମାର୍କ ଦେଖାନ୍ତୁ ଏବଂ ୧୦ ପ୍ରତିଶତ ରିହାତି ପାଆନ୍ତୁ | ଗୋଆର ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକମାନେ ଦମ୍ପତିମାନଙ୍କ ପାଇଁ ଏକ ବିଶେଷ ରିହାତି ପ୍ରଦାନ କରିଛନ୍ତି |


ଯେଉଁମାନେ ଫେବୃଆରୀ ୧୪ରେ ସକାଳ ୭ଟା ରୁ ଅପରାହ୍ନ ୬ଟା ମଧ୍ୟରେ ଭୋଟ୍ ଦେବେ । ହୋଟେଲରେ ଖାଦ୍ୟରେ ରିହାତି ବ୍ୟତୀତ ଦକ୍ଷିଣ ଗୋଆ ଜିଲ୍ଲାର ଚାନ୍ଦୋରରେ ଗୋଆ ଟୁରିଜିମର ହଟ ଏୟାର ବେଲୁନ୍ ଯାତ୍ରା ଉପରେ ଭୋଟରମାନେ ୧୫ ପ୍ରତିଶତ ରିହାତିର ଲାଭ ଉଠାଇ ପାରିବେ | ସୂଚନା ଥାଉ କି ଗୋଆରେ ବିଜେପି, କଂଗ୍ରେସ, ଆମ୍ ଆଦମୀ ପାର୍ଟି (ଏଏପି), ଗୋଆ ଫରୱାର୍ଡ ପାର୍ଟି, ତୃଣମୂଳ କଂଗ୍ରେସ (ଟିଏମସି) ସହ କିଛି ଆଞ୍ଚଳିକ ଦଳ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି | ଏହା ବ୍ୟତୀତ ୬୮ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ମଇଦାନରେ ଅଛନ୍ତି |

ସମ୍ବନ୍ଧିତ ଖବର