ନୂଆଦିଲ୍ଲୀ: କାଙ୍କେରର ପଙ୍ଖାଜୁରରେ ମହଙ୍ଗା ଫୋନ ପାଇଁ ଡ୍ୟାମରୁ ୨୧ଲକ୍ଷ ଲିଟର ପାଣି ନଷ୍ଟ କରି ଦେଇଥିବା ଘଟଣାରେ ଜଣେ ଖାଦ୍ୟ ନିରୀକ୍ଷକ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା। ନିଲମ୍ବନ ହୋଇଥିବା ଖାଦ୍ୟ ନିରୀକ୍ଷକ ଅଧିକାରୀଙ୍କ ନାମ ରାଜେଶ ବିଶ୍ବାସ ବୋଲି ଜଣାପଡ଼ିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ମଙ୍ଗଳବାର ଏକ ଖବର ଆସିଛି କି ଏହି ଘଟଣାକୁ କେନ୍ଦ୍ର କରି ଜଣେ ବରିଷ୍ଠ ଅଧିକାରୀଙ୍କୁ ସରକାର ଟାର୍ଗେଟ କରିଛନ୍ତି। ଖରାଦିନେ ଜଳର ଆବଶ୍ୟକ ଥିବା ବେଳେ ଫୋନ ଖୋଜିବା ହେତୁ ଡ୍ୟାମରୁ ଜଳ ଖାଲି କରିବା ପାଇଁ ରାଜେଶ ବିଶ୍ବାସଙ୍କୁ ଅନୁମତି ଦେଇଥିବା ଅଧିକାରୀଙ୍କ ବିରୋଧରେ ୫୩ହଜାର ଟଙ୍କାର ଜରିମାନା ହୋଇଛି।
ଏହା ପୂର୍ବରୁ ଇନ୍ଦ୍ରାବତୀ ପ୍ରକଳ୍ପର ସୁପରିଟେନଣ୍ଡେଣ୍ଟ ଇଞ୍ଜିନିୟର ଆର.କେ ଧିଭରଙ୍କୁ ମଇ ୨୬ରେ ଚିଠି କରି ପ୍ରଶ୍ନ କରାଯାଇଥିଲା କି, ‘ଜଳର ଅପଚୟ ମୂଲ୍ୟ ତାଙ୍କ ବେତନରୁ କଟା ଯାଇପାରେ?’
ତେବେ ଏହି ଖବର ପ୍ରଘଟ ହେବା ପରେ ରାଜେଶ ବିଶ୍ବାସ ପ୍ରତିକ୍ରିୟା ଦେଇ କହିଥିଲେ କି, ‘ମୋ ପାଖରେ ଆଇଫୋନ ନୁହେଁ, ସାମସଙ୍ଗ ଏସ୨୩ ଅଛି। ଯାହାର ମୂଲ୍ୟ ୯୩ହଜାର ଟଙ୍କା ପାଖାପାଖି ହେବ। ପ୍ରତ୍ୟେକଙ୍କ ପାଇଁ ମୋବାଇଲ ଜରୁରୀ ହୋଇଗଲାଣି। ଅନେକ ଲୋକ ମୋବାଇଲରେ ଜରୁରୀ ଦସ୍ତାବସି ବି ରଖିଥାଆନ୍ତି। ଯାହାକି ମୋ ଫୋନରେ ବି ଥିଲା। ମୁଁ ଦାମିକା ଫୋନ ପାଇଁ ନୁହେଁ ଫୋନରେ ଥିବା ଜରୁରୀ ଦସ୍ତାବିଜ ପାଇଁ ଏହି ପଦକ୍ଷେପ ନେଇଥିଲି।
ଫୋନଟି ହଜିଗଲେ ସମସ୍ତେ ଯେମିତି ଖୋଜି ଥାଆନ୍ତି ମୁଁ ବି ସେମିତି ଖୋଜିବା ଆରମ୍ଭ କରିଥିଲି। ମୋ ଫୋନ ଖେରକାଟ୍ଟା ଜଳାଶୟର ଷ୍ଟୋରେଜ ଟାଙ୍କିରେ ପଡ଼ିଯାଇ ୧୦ଫୁଟ ତଳକୁ ଚାଲି ଯାଇଥିଲା।
ଏହି ଘଟଣାକୁ ଦେଖି ମୋତେ ଜାଣିଥିବା ଲୋକେ କହିଥିଲେ ସେମାନେ ମୋ ଫୋନକୁ ଉକ୍ତ ଷ୍ଟୋରେଜ ଟାଙ୍କିରୁ ବାହାର କରିଦେବେ। ଏହାପରେ ସେମାନେ ଜଳାଶୟରୁ ୨ରୁ ୩ଫୁଟ ପାଣିଖାଲି କରିବାକୁ କହିଥିଲେ। ତେଣୁ ମୁଁ ମୌଖିକ ଭାବେ ଏସଡିଓଙ୍କ ଠାରୁ ଅନୁମତି ଆଣିଥିଲି। ଜଳାଶୟ ପାଖରେ ବିଜୁଳି ସୁବିଧା ନଥିବାରୁ ମୁଁ ଡିଜେଲ ପମ୍ପ ଲଗାଇ ଜଳାଶୟରୁ ୨/୩ଫୁଟର ପାଣି ବାହାର କରି ପୋଖରୀରେ ଛାଡ଼ି ଦେଇଥିଲି।
ଯେଉଁ କୁହାଯାଉଛି କି ମୋବାଇଲ ଖୋଜିବାରେ ୨୧ଲକ୍ଷ ଲିଟର ପାଣି ଖର୍ଚ୍ଚ କରିଛି ଆପଣ ଚାହିଁଲେ ଯାଞ୍ଚ କରି ପାରିବେ। ପାଣିକୁ ମୁଁ ନଷ୍ଟ ନକରି ପୋଖରୀରେ ଛାଡ଼ି ଦେଇଛି। ମୁଁ ପଦବୀର କୌଣସି ଅପବ୍ୟବହାର କରି ନାହିଁ।’
ସେହିପରି ଏହି ଘଟଣାରେ ଜିଲ୍ଲାପାଳ ଜାରି କରିଥିବା ଏକ ନୋଟିସରେ ଉଲ୍ଲେଖ ଥିଲା କି, ‘ପଙ୍ଖାଜୁର ଖାଦ୍ୟ ନିରୀକ୍ଷକ ରାଜେଶ ବିଶ୍ବାସ ତାଙ୍କ ମହଙ୍ଗା ଫୋନକୁ ଖୋଜିବା ପାଇଁ ଦୁଇଟି ବଡ଼ ୩୦ଏଚପି ଡିଜେଲ ପମ୍ପ ବ୍ୟବହାର କରି ୩ଦିନ ଧରି ଡ୍ୟାମରୁ ୨୧ଲକ୍ଷ ଲିଟର ପାଣି ବାହାର କରିଥିଲେ। ସେ ତାଙ୍କ ଫୋନ ଖୋଜିବା ପାଇଁ ଯେତିକି ପାଣି ନଷ୍ଟ କରିଥିଲେ ତାହା ୧୫୦୦ ଏକକର ଜମିରେ ଜଳସେଚନ ହୋଇଯାଇଥାଆନ୍ତା। ଖରାଦିନ ହେତୁ ଗ୍ରାମବାସୀ ଓ ପଶୁପକ୍ଷୀଙ୍କୁ ଜଳର ବହୁ ଆବଶ୍ୟକ ରହିଛି।’
ଏହି ଘଟଣାକୁ କେନ୍ଦ୍ରକରି ଏସଡିଏମ ପଙ୍ଖାଜୁର ଯାଞ୍ଚ କରିଥିଲେ। ଏହି ଯାଞ୍ଚ ରିପୋର୍ଟ ଅନୁସାରେ, ରାଜେଶ ବିଶ୍ବାସ କୌଣସି ଅନୁମତି ବିନା ଜଳାଶୟରୁ ୨୧ଲିଟର ପାଣି ବାହାର କରି ଦେଇଥିବା ଜଣାପଡ଼ିଥିଲା। ଏହି କାରଣରୁ ତାଙ୍କୁ ନିଲମ୍ବିତ କରି ଦିଆଯାଇଛି ବୋଲି ସୂଚନା ରହିଥିଲା।