ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଲୋକମାନେ ଅଫିସରେ ବସିଥିବା ଜଣେ ଅଧିକାରୀଙ୍କ ଉପରେ ଟଙ୍କା ବର୍ଷା କରୁଥିବାର ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳୁଛି।
ଅଭିଯୋଗ ହୋଇଛି କି, ଉକ୍ତ ଅଧିକାରୀ ଜଣକ ଯେକୌଣସି କାମ କରିବା ପାଇଁ ହେଲେ ଲାଞ୍ଚ ମାଗି ଥାଆନ୍ତି। ବାରମ୍ବାର ଏପରି ମନୋବୃତ୍ତି ରଖିଥିବା ଅଧିକାରୀଙ୍କ ଉପରେ ରାଗି ଯାଇ ଗ୍ରାମବାସୀମାନେ ଏକାଠି ହୋଇ କାର୍ଯ୍ୟାଳୟରେ ପହଞ୍ଚି ଟଙ୍କା ଫିଙ୍ଗିଥିଲେ।
ଅଧିକପଢ଼ନ୍ତୁ:ଭୟାବହ ଦୁର୍ଘଟଣାର ଶିକାର ହେବାପରେ ବିଜୟୀ ହେଲେ ଅଜିତ
ले खा ! कितनी हराम की कमाई खायेगा, जनता ने दिया उसी भाषा में जवाब
— कलम की चोट (@kalamkeechot) January 12, 2025
अब अधिकारी भी क्या करे उन्हें जॉब पाने के लिए कितनी रिश्वत दी होगी ? अब अपने आका(उच्च अधिकारियों) को दे रहा होगा ? इसका अंदाजा भी लगाना जरूरी है #viralvideo गुजरात का बताया जा रहा है। pic.twitter.com/Zru5e2TYZk
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ୨.୧୪ ମିନିଟର ଭିଡିଓରେ ଲୋକଙ୍କୁ ଗୁଜୁରାଟୀ କହୁଥିବାର ଶୁଣିବାକୁ ମିଳୁଛି। ଏଥିରୁ ଅନୁମାନ କରାଯାଉଛି ଯେ ଏହି ଭିଡିଓଟି ଗୁଜରାଟର ହୋଇଥାଇପାରେ। କିନ୍ତୁ ଏହା ଗୁଜରାଟର କେଉଁ ଅଞ୍ଚଳର ତାହା ଖବର ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।
ଅଧିକପଢ଼ନ୍ତୁ:ବନକ ଲାଗି ନୀତି ପାଇଁ ଆସନ୍ତାକାଲି ୫ ଘଣ୍ଟାର ବନ୍ଦ ରହିବ ସାଧାରଣ ଦର୍ଶନ
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି, କାର୍ଯ୍ୟାଳୟରେ ବହୁ ସଂଖ୍ୟାରେ ପୁରୁଷ ଏବଂ ମହିଳା ଉପସ୍ଥିତ ଅଛନ୍ତି। ସମସ୍ତେ ଅଧିକାରୀଙ୍କ ଉପରେ ନୋଟ ବର୍ଷା କରୁଥିବାର ଦେଖାଯାଉଛି। ଅଧିକାରୀଙ୍କ ବସିଥିବାୁ ଟେବୁଲ ଏବଂ କୋଠରୀ ପର୍ଯ୍ୟନ୍ତ ସବୁଠି ଟଙ୍କା ବିଛାଡ଼ି ହୋଇ ପଡ଼ିଛି। ଏହି ଟଙ୍କା ମଧ୍ୟରେ ୫୦୦ ଏବଂ ୨୦୦ ଟଙ୍କିଆ ନୋଟ ରହିଛି। ଏହି ସମୟରେ ଲୋକମାନେ କହୁଛନ୍ତି, 'ନିଅ ଟଙ୍କା ନିଅ... ଆହୁରି ନିଅ... ଯେତେ ଆବଶ୍ୟକ ନିଅ।
ଗ୍ରାମବାସୀଙ୍କ ଏଭଳି କ୍ରୋଧ ଦେଖି ଅଧିକାରୀ ଜଣକ ଚୌକି ଉପରେ ହାତ ଯୋଡ଼ି ଚୁପଚାପ ବସିଥିବା ଦେଖିବାକୁ ମିଳୁଛି।’
ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।