ନର୍ସ ସିରିଞ୍ଜରେ ଟିକା ନଭରି ଖାଲି ଛୁଞ୍ଚି ଯୁବକଙ୍କୁ ଫୋଡ଼ି ଦେଲେ, ସାଙ୍ଗ ଘଟଣାର ଭିଡିଓ କରୁଥିବାରୁ ବାସ୍ତବ କଥା ଜଣାପଡ଼ିଲା

ଛପରା: ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ଅଭିଯାନ ଜୋରସୋର ଚାଲିଛି। ଏଭଳି ସ୍ଥିତିରେ ଅନେକ ସ୍ଥାନରୁ ଟିକା ଦେଉଥିବା ନର୍ସଙ୍କ ଅବହେଳାର ଚିତ୍ର ସାମ୍ନାକୁ ଆସୁଛି।

ନିକଟରେ ବିହାରର ଛପରାରେ ଜଣେ ନର୍ସ ସିରିଞ୍ଜରେ ଟିକା ଭର୍ତ୍ତି ନକରି ଯୁବକଙ୍କୁ ଇଞ୍ଜେକସନ ଦେଇ ଦେଇଥିଲେ। ବଡ଼ା ଇମାନବାଡା ଅଞ୍ଚଳର ୱାର୍ଡ ନମ୍ବର ୧ରେ ଟିକା ଦେବା ଅଭିଯାନ ଚାଲିଥିଲା। ଲୋକମାନେ ବି ଟିକା ନେବାକୁ ନେଇ ଉତ୍ସୁକ ଥିବା ଟିକାକରଣ କେନ୍ଦ୍ରରେ ଦେଖିବାକୁ ମିଳିଥିଲା। କେହିକେହି ଟିକା ନେବା ସମୟରେ ଫଟୋ ଉଠାଉଥିଲେ ତ କେହି ଭିଡିଓ କରୁଥିଲେ।

ଏହି କ୍ରମରେ ଜଣେ ଯୁବକ ବି ଟିକା ନେବାକୁ ପହଞ୍ଚିଥିଲେ। ସେ ଟିକା ନେଉଥିବା ସମୟରେ ତାଙ୍କର ଜଣେ ବନ୍ଧୁ ଏହାର ଭିଡିଓ କରିଥିଲେ। ଏହି ଭିଡିଓରେ ଦେଖିବାକୁ ମିଳୁଛି ନର୍ସ ଜଣକ କଥା ହେବାରେ ଏତେ ଭୋଳ ହୋଇଯାଇଥିଲେ କି ଯୁବକଙ୍କୁ ଖାଲି ଛୁଞ୍ଚି ଫୋଡ଼ି ଦେଇଥିଲେ।
ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଡିଆଇଓ ନର୍ସ ଚନ୍ଦ୍ର କୁମାରୀଙ୍କୁ କାରଣ ଦର୍ଶଆ ନୋଟିସ ଜାରି କରିଛନ୍ତି। ଏହାର ଉତ୍ତର ୪୮ଘଣ୍ଟା ମଧ୍ୟରେ ଚନ୍ଦ୍ର କୁମାରୀଙ୍କୁ ଦେବାକୁ କୁହାଯାଇଛି।

ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତି କରି କହିଛନ୍ତି, ନର୍ସ ଜଣକ ଉକ୍ତ ଯୁବକଙ୍କ ସହିତ ଏପରି ପ୍ରଥମ ଥର କରିଛନ୍ତି ନା ଏହା ପୂର୍ବରୁ ସେ ଏମିତି ଆଉ କାହା ସହିତ ବି କରିଛନ୍ତି?

ସମ୍ବନ୍ଧିତ ଖବର