ଅଧିକାରୀମାନେ ଆପଣଙ୍କ ସମସ୍ୟା ନଶୁଣିଲେ, ବାଉଁଶ ବାଡ଼ିରେ ସେମାନଙ୍କ ମୁଣ୍ଡକୁ ପାହାରେ ଦିଅ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ

ବେଗୁସରାଇ: ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ଅଜବ ପରାମର୍ଶ। ବିହାରରେ ଥିବା ବେଗୁସରାଇ ଲୋକସଭା ନିର୍ବାଚନମଣ୍ଡଳୀବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଦେଇଥିବା ପରାମର୍ଶ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକମାନଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ନଥିବା ଅଧିକାରୀଙ୍କୁ ବାଉଁଶ ବାଡ଼ିରେ ପିଟିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଶନିବାର ଖୋଦାୱାଣ୍ଡପୁରରେ କୃଷି ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଏଭଳି କହିଥିବା ଜଣାପଡ଼ିଛି।

Case filed against Union Minister Giriraj Singh for casteist remark | general elections 2019 News | Zee News
Zee News

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ବେଗୁସରାଇ ଲୋକସଭା ନିର୍ବାଚନମଣ୍ଡଳୀର ଲୋକମାନେ ନିଜର ସମସ୍ୟା ନେଇ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଅଧିକାରୀମାନେ ସେମାନଙ୍କ ସମସ୍ୟାକୁ ଗୁରୁତ୍ବ ଦେଉନାହାନ୍ତି ଏବଂ ସମସ୍ୟାର ସମାଧାନ କରୁନାହାନ୍ତି। ଏ ନେଇ ମୋ ପାଖକୁ ଅନେକଥର ଅଭିଯୋଗ ଆସିଛି। ଏବେ ମୁଁ ସେମାନଙ୍କୁ କହୁଛି ଯେ, ତୁମେ ଏତେ ଛୋଟ ଜିନିଷ ପାଇଁ ମୋ ପାଖକୁ କାହିଁକି ଆସୁଛ? ସାଂସଦ, ବିଧାୟକ, ଗ୍ରାମ ମୁଖିଆ, ଡିଏମ, ଏସଡିଏମ, ବିଡିଓ … ଏମା‌ନେ ସବୁ ଲୋକଙ୍କର ସେବା କରିବାକୁ ବାଧ୍ୟ। ଯଦି ସେମାନେ ତୁମ କଥା ଶୁଣୁ ନାହାନ୍ତି, ତେବେ ଦୁଇ ହାତରେ ଏକ ବାଉଁଶ ବାଡ଼ି ଉଠାଇ ସେମାନଙ୍କ ମୁଣ୍ଡକୁ ପାହାରେ ଦିଅ।

ସମ୍ବନ୍ଧିତ ଖବର