ରାଫେଲ୍‌ କାରବାରରେ ରିଲାଏନ୍‌ସ୍‌ର ପ୍ରାପ୍ୟ ମାତ୍ର ୧୦%

ନୂଆଦିଲ୍ଲୀ: ଡାସଲ୍‌ଟ୍‌ ଏଭିଏସନ୍‌ ସିଇଓ ଏରିକ୍‌ ଟ୍ରାପିୟର୍‌ କହିଛନ୍ତି ଯେ ହାରାହାରି ଚାରି ବିଲିୟନ୍‌ ୟୁରୋ ମୂଲ୍ୟର ରାଫେଲ୍‌ କଣ୍ଟ୍ରାକ୍ଟ୍‌ ଅନୁସାରେ, ମାତ୍ର ୧୦% ‘ଅଫ୍‌ସେଟ୍‌’ ବା ପ୍ରାପ୍ୟ ଭାବେ ନାଗପୁରସ୍ଥିତ ରିଲାଏନ୍‌ସ୍‌ ଡିଫେନ୍‌ସ୍‌ ସହ ଯୁଗ୍ମ କାରଖାନାକୁ ମିଳିବ।

ଏକ ସମ୍ବାଦ ସରବରାହ ସଂସ୍ଥା ସହ ସାକ୍ଷାତ୍‌କାର ସମୟରେ ସେ କହିଛନ୍ତି: ଆମେ ଅନ୍ୟ ୧୦୦ଟି ଭାରତୀୟ ଫାର୍ମ ସହ କଥାବାର୍ତ୍ତା ଚଳାଇଛୁ। ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ଫାର୍ମକୁ ଭାଗିଦାରୀ ନିମନ୍ତେ ଆମେ ନିଶ୍ଚିତ କରି ସାରିଲୁଣି।

‘ଅଫ୍‌ସେଟ୍‌’ର ଅର୍ଥ ବୁଝାଇବାକୁ ଯାଇ ଏରିକ୍‌ ଟ୍ରାପିୟର୍‌ କହିଲେ, ଇଂରାଜୀରେ ଯାହାକୁ ‘ଅଫ୍‌ସେଟ୍‌’ କୁହାଯାଏ ଫରାସୀ ଭାଷାରେ ତାହାର ସାଧାରଣ ଅର୍ଥ ‘ପ୍ରତିପକ୍ଷ’ କିଂବା ‘ପ୍ରାପ୍ୟ’ ଭଳି। ଆମେ ସ୍ୱାକ୍ଷର କରିଥିବା ରାଜିନାମାକୁ ‘ଅଫ୍‌ସେଟ୍‌ କଣ୍ଟ୍ରାକ୍ଟ୍‌’ କୁହାଯାଏ। ଏହାର କର୍ମଚାରୀ ଏବଂ ବାଣିଜ୍ୟ ସଂଘ ପାଇଁ ଡାସଲ୍‌ଟ୍‌ ଏଭିଏସନ୍‌ ‘କଣ୍ଟ୍ରାକ୍‌ଚୁଆଲ୍‌ ଅଫ୍‌ସେଟ୍‌ ଅବ୍ଲିଗେସନ୍‌’ ବା ‘କଣ୍ଟ୍ରାକ୍‌ଚୁଆଲ୍‌ ‘କମ୍ପେନ୍‌ସେସନ୍‌’ ଅବ୍ଲିଗେସନ୍‌’ ଆଦି ଶବ୍ଦ ବ୍ୟବହାର କରିଛୁ।

ଭାରତୀୟ ଆଇନ୍‌ ଦ୍ୱାରା ଲାଗୁ କରାଯାଇଥିବା ସର୍ତ୍ତ ଯୋଗୁଁ ଆମେ ଅଫ୍‌ସେଟ୍‌ସ୍‌ କଣ୍ଟ୍ରାକ୍ଟ୍‌ ସ୍ୱାକ୍ଷର କରିଛୁ। ଅଫ୍‌ସେଟ୍‌କୁ ସାକାର କରିବା ଭାରତୀୟ ଆଇନ୍‌ରେ ହେଉଛି ବାଧିତ ହେବା। ଅଂଶୀଦାର ମନୋନୟନ କରିବା ଆମ ନିଜସ୍ୱ ଅଧିକାର ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର