ମନ୍ଦିର ଦୂଆରେ ଭକ୍ତଙ୍କୁ କୁକୁର ଦେଉଛି ଆଶୀର୍ବାଦ ! ଭାଇରାଲ ହେଉଛି କୁକୁରର ଭିଡିଓ

ଭୁବନେଶ୍ବର: ମନ୍ଦିର ସାମ୍ନାରେ ପୂଜାରୀ କି ପଣ୍ଡିତମାନେ ବସି ଭକ୍ତଙ୍କୁ ଆଶୀର୍ବାଦ ଦେଉଥିବାର ଆପଣମାନେ ଦେଖିଥିବେ । ହେଲେ ଗୋଟିଏ କୁକୁର ଆଶୀର୍ବାଦ ଦେଉଥିବାର ଆପଣ ଦେଖିଛନ୍ତି କି? କଥାଟା ଆଶ୍ଚର୍ଯ୍ୟ ଲଗୁଥିଲେ ବି ସତ । ମନ୍ଦିର ସାମ୍ନାରେ କୁକୁରଟି ବସି ଭକ୍ତଙ୍କୁ ଆଶୀର୍ବାଦ ଦେଉଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓଟି ମହାରାଷ୍ଟ୍ରର ସିଦ୍ଧିଟେକ ଅଞ୍ଚଳରେ ଥିବ ସିଦ୍ଧିବାନାୟକ ମନ୍ଦିରର । କୁକୁରଟିର ଏଭଳି ଆଚରଣକୁ ଜଣେ ବ୍ୟକ୍ତି ନିଜ ମୋବାଇଲରେ କଏଦ କରିଥିଲେ । ଅରୁଣ ଲିମାଡିଆ ନାମକ ଜଣେ ବ୍ୟକ୍ତି ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହାପରେ ଏହି ଭିଡିଓକୁ ଅନେକ ଲୋକ ଲାଇକ ମଧ୍ୟ କରିଥିଲେ । ଏଯାଏଁ ୧.୩ ମଲିୟନ ଲୋକ ଏହି ଭିଡିଓକୁ ଦେଖିସାରିଛନ୍ତି ।

ଭିଡିଓଟିରେ ଦେଖିବାକୁ ମିଳିଛି ଯେ କୁକୁରଟି ମନ୍ଦିର ବେଢାରେ ବସିଛି । ସେଇ ବାଟ ଦେଇ ଯାଉଥିବା ଲୋକମାନେ କୁକୁରକୁ ମୁଣ୍ଡ ନୁଆଇଁ ମୁଣ୍ଡିଆ ମାରୁଛନ୍ତି । ଆଉ କୁକୁରଟି ଗୋଡରେ ଲୋକଙ୍କୁ ଆଶୀର୍ବାଦ ଦେଉଛି । ଏହାସହ ଲୋକମାନଙ୍କୁ ହ୍ୟାଣ୍ଡସେକ ମଧ୍ୟ କରୁଛି । ଏହି ଭିଡିଓ ଦେଖିବା ପରେ ଲୋକମାନେ ଏହି କୁକୁରକୁ ଦେଖିବାକୁ ମନ୍ଦିର ଆସିବେ ବୋଲି କମେଣ୍ଟରେ କହିଛନ୍ତି ।

କୁକୁରକୁ ଦୁନିଆରେ ସବୁଠାରୁ ବିଶ୍ୱସ୍ତ ଜୀବ ବୋଲି କୁହାଯାଏ । ଆଉ ଏହା ଅନେକ ସମୟରେ ସତ ପ୍ରମାଣିତ ମଧ୍ୟ ହୋଇଛି । ତେବେ ମହାରାଷ୍ଟ୍ରରୁ ଆସିଥିବା କୁକୁର ଏହି ଭିଡିଓ ଏବେ ଅନେକ ଲୋକଙ୍କ ମନକୁ ବେଶ ଛୁଇଁଛି ।

ସମ୍ବନ୍ଧିତ ଖବର