ବେଙ୍ଗାଲୁରୁ: ଦୁର୍ନୀତି ମାମଲାରେ ଫସିଥିବା ଏଆଇଏଡିଏମ୍କେ ନେତ୍ରୀ ଶଶିକଳାଙ୍କୁ ଜେଲରେ ଦିଆଯାଉଥିବା ବିଶେଷ ସୁବିଧା ଉପରେ କର୍ଣ୍ଣାଟକ ଡିଆଇଜି ଡି ରୁପା ଅଙ୍କୁଶ ଲାଗାଇଥିଲେ। ଗତ ଜୁଲାଇ ୧୩ରେ ରୁପା ଅଭିଯୋଗ ଆଣି କହିଥିଲେ, ଡିଜିପି ଏଚଏସ୍ ସତ୍ୟନାରାୟଣ ରାଓ ଶିଶିକଳାଙ୍କୁ ଜେଲ ଭିତରେ ଦିଆଯାଉଥିବା ସ୍ୱତନ୍ତ୍ର ସୁବିଧା ପାଇଁ ୨କୋଟି ଟଙ୍କାର ଲାଞ୍ଚ ନେଇଛନ୍ତି। ଏହାର ଛାନ୍ଭିନ୍ ପରେ ଶିଶିକଳାଙ୍କୁ ଜେଲ ଭିତରେ ସାଧାରଣ କଏଦୀଙ୍କ ଭଳି ଜୀବନ କାଟିବାକୁ ପଡ଼ିଥିଲା। କେବଳ ଏତିକି ନୁହେଁ ଶିଶିକଳାଙ୍କ ପାଇଁ ଜେଲ ଭିତରେ ଏକ ବିଶେଷ ରୋଷେଇ ସୁବିଧାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ତେବେ ଏସବୁ ଉପରେ ଡିଆଇଜି ରୁପା ରୋକ୍ ଲାଗାଇଥିଲେ।
ଏହାପରେ ଡିଆଇଜି ରୁପାଙ୍କ ବିରୋଧରେ ୨୦କୋଟିର ମାନହାନି ମକଦ୍ଦମା ଡିଜିପି ଏଚଏସ୍ ସତ୍ୟନାରାୟଣ ରୁଜୁ କରିଥିଲେ। କୋର୍ଟ ଏହାର ଶୁଣାଣି ଡିସେମ୍ବର ୨୦ରେ କରିବେ। ତେବେ ଏହାକୁ ନେଇ କର୍ଣ୍ଣାଟକ ଡିଆଇଜି ଡି ରୁପା ଶନିବାର କହିଛନ୍ତି, ସେ ଆତ୍ମବିଶ୍ୱାସର ସହ ହସିହସି ଅଦାଲତ ମାମଲାର ସାମ୍ନା କରିବେ। କାରଣ ତାଙ୍କ ପାଖରେ ଯଥେଷ୍ଟ ପ୍ରମାଣ ଅଛି ବୋଲି କହିଥିଲେ।
Oh yes, I will face it with a confident smile? https://t.co/ii0MzwAnGM
— D Roopa IPS (@D_Roopa_IPS) December 2, 2017