କାଶ୍ମୀର ମାମଲାରେ ବିଦେଶ ମନ୍ତ୍ରୀ ସମ୍ମିଳନୀ ପାଇଁ ମନା କଲା ଓଆଇସି, ପାକିସ୍ତାନ ହତାଶ

ନୂଆଦିଲ୍ଲୀ : କାଶ୍ମୀର ମାମଲାରେ ଆଲୋଚନା କରିବାକୁ ‘ଇସ୍‌ଲାମୀୟ ସହଯୋଗ ସଂଗଠନ’ (ଓଆଇସି)ର ସମସ୍ତ ବୈଦେଶିକ ମନ୍ତ୍ରୀଙ୍କୁ ନେଇ ଏକ ସ୍ବତନ୍ତ୍ର ବୈଠକ ଡାକିବାକୁ ପାକିସ୍ତାନ ଦାବି କରିଆସୁଥିଲା। ମାତ୍ର ଓଆଇସି ଏ ନେଇ ଆଗ୍ରହ ପ୍ରକାଶ ନ କରିବାରୁ ଏହା ପାକିସ୍ତାନ ପ୍ରତି ଶକ୍ତ ଧକ୍କା ହୋଇଛି। କାଶ୍ମୀର ମାମଲାରେ ଆଲୋଚନା କରିବାକୁ ପାକିସ୍ତାନ ଓଆଇସିର ୫୭ ସଦସ୍ୟ ରାଷ୍ଟ୍ର ଉପରେ ନିୟମିତ ଚାପ ପକାଇ ଆସୁଥିଲା। ମାତ୍ର ଓଆଇସି କାଶ୍ମୀର ନେଇ କୌଣସି ଆଗ୍ରହ ପ୍ରକାଶ କରିନାହିଁ। ଓଆଇସିର ଏଭଳି ଅନାଗ୍ରହ ପାକିସ୍ତାନକୁ ଧକ୍କା ଦେଇଛି। ସୂଚନା‌ଯୋଗ୍ୟ, ଗତବର୍ଷ ଅଗଷ୍ଟ ୫ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। କାଶ୍ମୀର ମାମଲାରେ ଭିନ୍ନମତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଆଇସି ଉପରେ ଚାପ ପକାଇ ଆସୁଥିଲା। ସୂଚନାଯୋଗ୍ୟ, ବିଶ୍ବର ମୁସ୍‌ଲିମ ଦେଶମାନଙ୍କୁ ନେଇ ‘ଓଆଇସି’ ସର୍ବବୃହତ୍‌ ମୁସ୍‌ଲିମ ସଂଗଠନ। ପାକିସ୍ତାନ ଓଆଇସି ଜରିଆରେ କାଶ୍ମୀର ପ୍ରସଙ୍ଗକୁ ନେଇ ଆଲୋଚନା କରିବାକୁ ଚାହୁଁଥିଲା।

ସମ୍ବନ୍ଧିତ ଖବର