ତୈଳ ପାଇପ୍‌ରେ ବିସ୍ଫୋରଣ ୬୬ ମୃତ

ମେକ୍ସିକୋ ସିଟି: କେନ୍ଦ୍ରୀୟ ମେକ୍ସିକୋରେ ଆଜି ଏକ ତୈଳ ପାଇପଲାଇନ୍‌ରେ ବିସ୍ଫୋରଣ ଘଟି ୬୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୮୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୬୦ ଜଣଙ୍କ ଶରୀରର ଅର୍ଦ୍ଧାଧିକ ଭାଗ ଜଳିଯାଇଛି। ସୂଚନାନୁଯାୟୀ ମେକ୍ସିକୋର ୧୦୦ କିମି ଉତ୍ତରରେ ହିଡ଼ାଲ୍‌ଗୋ ସହରରେ ଆଜି ଏକ ତୈଳ ପାଇପ୍‌ଲାଇନ୍‌ରେ କିଛି ଲୋକ ବେଆଇନ ଭାବେ ଟ୍ୟାପିଂ କରୁ୍ଥିବାବେଳେ ବିସ୍ଫୋରଣ ହୋଇଥିଲା। ଫଳରେ ୬୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ତେବେ ଏଭଳି ଦୁର୍ଘଟଣା ଘଟିବା ପ୍ରଥମ ନୁହେଁ। ୨୦୧୦ ଡିସେମ୍ବରରେ କେନ୍ଦ୍ରୀୟ ମେକ୍ସିକୋରେ ଏକ ପାଇପ୍‌ଲାଇନ୍‌ରେ ବିସ୍ଫୋରଣ ହୋଇ ୩୬ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର