ସଂସଦରେ ତେଲ ଦରବୃଦ୍ଧି ତାତି

ନୂଆଦିଲ୍ଲୀ: ସୋମବାର ଇନ୍ଧନ ମୂଲ୍ୟ ବୃଦ୍ଧି ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ବିରୋଧୀ ଦଳଙ୍କ ବିରୋଧ ମଧ୍ୟରେ ରାଜ୍ୟସଭା ପ୍ରକ୍ରିୟା ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଲୋକସଭାରେ ମଧ୍ୟ କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ଶିବସେନାଙ୍କ ସମେତ ବିରୋଧୀ ସଦସ୍ୟମାନେ ତୈଳ ଦର ବୃଦ୍ଧି ବିରୋଧରେ କକ୍ଷତ୍ୟାଗ କରିଥିଲେ। ସମଗ୍ର ବିଶ୍ବରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହେତୁ ଗତ ୧୪ ଦିନ ମଧ୍ୟରେ ପେଟ୍ରୋଲ ମୂଲ୍ୟ ୧୨ ଥର ବୃଦ୍ଧି ପାଇଛି। ମୋଟାମୋଟି ଭାବେ, ଗତ ଦୁଇ ସପ୍ତାହ ମଧ୍ୟରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮.୪୦ ବୃଦ୍ଧି ପାଇଛି। ଶ୍ରୀନଗରଠାରୁ କୋଚି ପର୍ଯ୍ୟନ୍ତ ସମସ୍ତ ପ୍ରମୁଖ ସହରରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦ରୁ ଅଧିକ ହୋଇଛି।

ସେହିଭଳି ଲୋକସଭାରେ ତୈଳ ମୂଲ୍ୟ ବୃଦ୍ଧି ପରିସ୍ଥିତି ଉପରେ ଆଲୋଚନା ପାଇଁ ଅନେକ ବିରୋଧୀ ସଦସ୍ୟ ନୋଟିସ ଦେଇଥିଲେ। କିନ୍ତୁ ବାଚସ୍ପତି ଏହି ଦାବିକୁ ଗ୍ରହଣ କରିନାହାଁନ୍ତି। ଦୁଇଟି ସ୍ଥଗିତାଦେଶ ପରେ ଅପରାହ୍ନ ୨ଟାରେ ଗୃହ ପୁନଃ ଏକାଠି ହେବା ମାତ୍ରେ ପେଟ୍ରୋଲ, ଡିଜେଲ ଏବଂ ଏଲ୍‌ପିଜି (ରନ୍ଧନ ଗ୍ୟାସ) ର ମୂଲ୍ୟ ବୃଦ୍ଧି ନେଇ ଆଲୋଚନା କରିବାକୁ ବିରୋଧୀଦଳର ସଦସ୍ୟମାନେ ପୁନର୍ବାର ଦାବି କରି କକ୍ଷତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର