ଜଳୁଥିବା ତୈଳବାହୀ ଜାହାଜକୁ ଶ୍ରୀଲଙ୍କା ଉପକୂଳରୁ ଦୂରକୁ ନିଆଗଲା : ଭାରତୀୟ ତଟରକ୍ଷୀ ବାହିନୀ
କଲମ୍ବୋ : ଶ୍ରୀଲଙ୍କା ଉପକୂଳରେ ଗତ ତିନିଦିନ ଧରି ଜଳୁଥିବା ତୈଳବାହୀ ଜାହାଜ ଏମଟି ନ୍ୟୁ ଡାଇମଣ୍ଡକୁ ଗଭୀର ସମୁଦ୍ର ମଧ୍ୟକୁ ନିଆଯାଇଛି । ଏହା ଫଳରେ ଶ୍ରୀଲଙ୍କା ଉପକୂଳ ପ୍ରତି ଥିବା ବିପଦ ଦୂର ହୋଇଛି ବୋଲି ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ) ପକ୍ଷରୁ କୁହାଯାଇଛି ।
ଜାହାଜରେ ଏବେ ବି ନିଆଁ ବ୍ୟାପିଚାଲିଛି ଓ ଶ୍ରୀଲଙ୍କାର ନୌସେନା ଓ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି । ତେବେ ଜାହାଜରେ ବିପୁଳ ପରିମାଣରେ ତେଲ ଥିବା ସତ୍ତ୍ୱେ ଏ ପର୍ଯ୍ୟନ୍ତ ତାହା ଲିକ ହୋଇନାହିଁ ।
Sambad is now on WhatsApp
Join and get latest news updates delivered to you via WhatsApp
ଉଭୟ କୋଷ୍ଟଗାର୍ଡ ଓ ଶ୍ରୀଲଙ୍କା ନୌସେନାର ଉଦ୍ୟମ ପରେ ଜାହାଜଟିକୁ ଶ୍ରୀଲଙ୍କା ଉପକୂଳଠାରୁ ୩୫ ନଟିକାଲ ମାଇଲ ଦୂରକୁ ସମୁଦ୍ର ମଧ୍ୟକୁ ନିଆଯାଇଛି ।
#ICG & Sri Lankan ships and aircraft alongwith tug ALP Winger after consolidated efforts successfully towed #MTNewDiamond more than 35 NM away from #SriLanka coast to safe waters. #FireFighting continues and fire now reduced. No oil slick reported. pic.twitter.com/bvbnd1fLtw
— Indian Coast Guard (@IndiaCoastGuard) September 5, 2020
ଗତକାଲି ଏହି ଜାହଜରେ ଫସିରହିଥିବା ୨୩ରୁ ୨୨ ଜଣ ଜାହାଜ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ବଏଲର ବିସ୍ଫୋରଣରେ ଜଣେ ଜାହାଜ କର୍ମଚାରୀ ନିହତ ହୋଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ପାନାମାର ଏହି ଜାହାଜଟି ଉପସାଗରୀୟ ଅଞ୍ଚଳରୁ ତେଲ ଆଣି ଭାରତ ଅଭିମୁଖେ ଯାଉଥିଲା । ଏଥିରେ ପ୍ରାୟ ୨ ଲକ୍ଷ ଟନ ତେଲ ଥିଲା ଓ ଇଣ୍ଡିଆନ ଅଏଲ ପକ୍ଷରୁ ଏହି ତେଲ ମଗାଯାଉଥିଲା । ଏହି ଦୁର୍ଘଟଣା ଯୋଗୁଁ ସମୁଦ୍ରରେ ତୈଳ ନିର୍ଗତ ହେବା ଏପର୍ଯ୍ୟନ୍ତ ଦେଖାଯାଇ ନାହିଁ । କିନ୍ତୁ ଶ୍ରୀଲଙ୍କା ନୌସେନା ଓ ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ସବୁପ୍ରକାରର ସତର୍କତା ଅବଲମ୍ବନ କରାଯାଉଛି ଓ ଉକ୍ତ ଜାହାଜ ନିକଟରେ ଦୁଇଟି ଜାହାଜ ମୁତୟନ କରାଯାଇଛି ।