ନୂଆଦିଲ୍ଲୀ: ତାମିଲନାଡୁର ଭେଲୋର ଲୋକସଭା ଆସନ ପାଇଁ ଏପ୍ରିଲ ୧୮ରେ ହେବାକୁ ଥିବା ମତଦାନ ସ୍ଥଗିତ ହୋଇପାରେ। ଏନେଇ ନିର୍ବାଚନ କମିସନ୍ ଏକ ପତ୍ର ରାଷ୍ଟ୍ରପତିଙ୍କୁ ପଠାଇ ଦେଇଛନ୍ତି। କାରଣ ଲୋକସଭା ନିର୍ବାଚନର ଅଧିସୂଚନା ରାଷ୍ଟ୍ରପତି ଜାରି କରି ଥାଆନ୍ତି। ଏହି କ୍ରମରେ ନିର୍ବାଚନ ସ୍ଥଗିତ କରିବା ତାଙ୍କର ଅଧିକାର କ୍ଷେତ୍ରରେ ଆସୁଛି।
News Nationସୂଚନାଯୋଗ୍ୟ, ଭେଲୋରରୁ ଲଢ଼ୁଥିବା ଡିଏମ୍କେ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରୁ କିଛିଦିନ ତଳେ କଥିତ ଭାବେ ବିପୁଳ ପରିମାଣର ଟଙ୍କା ଜବତ ହୋଇଥିଲା। ଏକ ସିମେଣ୍ଟ ଗୋଦାମରୁ କୋଟିକୋଟି ଟଙ୍କା ବସ୍ତାରେ ଭର୍ତ୍ତି କରାଯାଇ ରଖାଯାଇଥିଲା ବୋଲି ଜଣାପଡ଼ିଥିଲା। ଏହି ଟଙ୍କା ଜବତ ହେବାପରେ ବିପୁଳ ପରିମାଣର ଟଙ୍କା କାରବାର ହୋଇଥିବା ସନ୍ଦେହ କରି ଭେଲୋର ଲୋକସଭା ସିଟ୍ରେ ନିର୍ବାଚନ ସ୍ଥଗିତ ରଖିବା ପାଇଁ ନିର୍ବାଚନ କିମସନ୍ ନିଷ୍ପତ୍ତି ନେଇପାରେ ବୋଲି ଆଶଙ୍କା କରାଯାଉଛି।
Hindustan Timesଜିଲ୍ଲା ପୁଲିସ ଡିଏମ୍କେ ପ୍ରାର୍ଥୀ କାଥିର ଆନନ୍ଦ ଓ ପାର୍ଟିର ଦୁଇଅନ୍ୟ ପାଦାଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ଦେଇଛି। ଏହି ମାମଲା ଏପ୍ରିଲ ୧୦ରେ ଆୟକର ବିଭାଗର ଏକ ରିପୋର୍ଟ ଆଧାରରେ ରୁଜୁ କରାଯାଇଛି। ଆନନ୍ଦ ବିରୋଧରେ ଜନପ୍ରତିନିଧି ନିୟମ ଆଧାରରେ ମାମଲା ରୁଜୁ ହୋଇଛି। ଆନନ୍ଦଙ୍କ ଉପରେ ଅଭିଯୋଗ ରହିଛି କି ସେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଭୁଲ ତଥ୍ୟ ଦେଇଥିଲେ। ଦୁଇଅନ୍ୟ ଶ୍ରୀନିବାସ ଓ ଦାମୋଦରନ୍ ଲାଞ୍ଚ ନେଉଥିବା ବି ଅଭିଯୋଗ ହୋଇଛି। କହି ରଖିବାକୁ ଯାଉଛି, ଭେଲୋର ସିଟ୍ରେ ଏପ୍ରିଲ ୧୮ରେ ମତଦାନ ହେବାକୁ ଦୁଇ ଦିନ ବାକି ରହିଛି। ସେଥିପାଇଁ ନିର୍ବାଚନ କମିସନ୍ ଏହା ଉପରେ ଯଥା ଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/778863-cash-seized.jpg)