ନୂଆଦିଲ୍ଲୀ: ଦୁଇ ଚକିଆ ଇଲେକ୍ଟ୍ରି ଗାଡ଼ି ନିର୍ମାଣ କରୁଥିବା କମ୍ପାନି ଓଲା ଇଲେକ୍ଟ୍ରିକ୍ ଆସନ୍ତା ସପ୍ତାହରେ ଏକ ନୂତନ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବାକୁ ଯାଉଛି। ଏହା କମ୍ପାନିର ସର୍ବନିମ୍ନ ମୂଲ୍ୟର ଇଲେକ୍ଟ୍ରିକ୍ ସ୍କୁଟର ହେବ। ଏହାର ମୂଲ୍ୟ ୧ଲକ୍ଷରୁ କମ୍ ହେବାର ସମ୍ଭାବନା ରହିଛି। ତେବେ ସ୍କୁଟି ଲଞ୍ଚ ହେବା ପୂର୍ବରୁ ଜଣେ ସାମ୍ବାଦିକ ଏହାର ଫଟୋ ଲିକ୍ କରିବାରୁ ବିରକ୍ତି ପ୍ରକାଶ କରିଛନ୍ତି ଓଲା ଇଲେକ୍ଟ୍ରିକ୍ ସିଇଓ ଭାବିଶ ଅଗ୍ରୱାଲ।
ଓଲା ଇଲେକ୍ଟ୍ରିକ୍ ସିଇଓ ଭାବିଶ ଅଗ୍ରୱାଲ ଏହି ସାମ୍ବାଦିକଙ୍କ କାମକୁ ନିନ୍ଦା କରିବା ସହ ଅଧିକାରୀକ ଭାବେ ସ୍କୁଟି ଲଞ୍ଚ ହେବା ପୂର୍ବରୁ ଏହାର ଫଟୋ ଲିକ୍ କରିଥିବାରୁ କ୍ଷମା ମାଗିବାକୁ କହିଛନ୍ତି। ଓଲା ଇଲେକ୍ଟ୍ରିକ୍ ଅଗଷ୍ଟ ୧୫ରେ ସୁଲଭ ମୂଲ୍ୟରେ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବାକୁ ଯାଉଛି। ଅନେକ ଗଣମାଧ୍ୟମ ଏହା ବିଷୟରେ ରିପୋର୍ଟ କରିସାରିଛନ୍ତି ଏବଂ କିଛି ଦିନ ପୂର୍ବରୁ କମ୍ପାନି ମଧ୍ୟ ଏହା ବିଷୟରେ ସୂଚନା ଦେଇଥିଲା। ଆସନ୍ତା ସପ୍ତାହରେ ଏହାର ଅଧିକାରୀକ ଲଞ୍ଚ ପୂର୍ବରୁ ନିଜ ନୂତନ ଉତ୍ପାଦ ବିଷୟରେ ଜଣାଇବା ପାଇଁ ଓଲା ଏକ ଅଟୋ ମିଡିଆ ଇଭେଣ୍ଟର ଆୟୋଜନ କରିଥିଲା। ଏହି ସମୟରେ ଦେଖାଯାଇଥିବା ଓଲା ସ୍କୁଟିର ଫଟୋକୁ ଜଣେ ସାମ୍ବାଦିକ ଲିକ୍ କରିଥିଲେ। ଏଭଳି କରିବାକୁ ମନା କରାଯିବା ସତ୍ତ୍ବେ ବି ସେ ଫଟୋ ଲିକ୍ କରିଥିବାରୁ ଭାବିଶ ସାମ୍ବାଦିକଙ୍କୁ କ୍ଷମା ପ୍ରାର୍ଥନା କରିବାକୁ କହିଛନ୍ତି।
These images were part of an auto media event we held today and content from this event was supposed to be embargoed and confidential.
Auto media does their own credibility a massive disservice when they sneakily take photos at a confidential event. Breaks the trust the brand… pic.twitter.com/IeNIrgNyr5
— Bhavish Aggarwal (@bhash) August 7, 2023
ଟ୍ବିଟ୍ କରି ଲିକ୍ ହୋଇଥିବା ଫଟୋ ସେୟାର କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାବିଶ।