ନୂଆଦିଲ୍ଲୀ: ଓଲା ଇଲେକ୍ଟ୍ରିକ୍ ବିନା ରେୟାର ଆର୍ଥ ଉପାଦାନରେ ମୋଟର ତିଆରି କରିବା ସଫଳତା ହାସଲ କରିଛି। ପ୍ରଥମ ଭାରତୀୟ କମ୍ପାନି ଭାବେ ଓଲାକୁ ଏହି ଉପଲବ୍ଧି ମିଳିଛି। ନିଜସ୍ବ ଉଦ୍ୟମରେ କମ୍ପାନି ଏହି ଫେରାଇଟ୍ ମୋଟରକୁ ବିକାଶ କରିଛି। ଏହା ଦ୍ବାରା ମୋଟର ନିର୍ମାଣରେ ରେୟାର ଆର୍ଥ ଆମଦାନି ଉପରେ ରହିଥିବା ନିର୍ଭରଶୀଳତା କମ୍ ହେବା ଆଶା କରାଯାଉଛି।
ସାଧାରଣତଃ ଏକ ମୋଟରରେ ଆମଦାନି ହୋଇଆସୁଥିବା ଚୁମ୍ବକ ବ୍ୟବହାର କରାଯାଇଥାଏ। ଏଥିରେ ଫେରାଇଟ ମୋଟରକୁ ବିନା ଚୁମ୍ବକରେ ପ୍ରସ୍ତୁତ କରାଯାଇଛି। ଏହି ସ୍ବତନ୍ତ୍ର ମୋଟର ପାଇଁ କମ୍ପାନି ଭାରତ ସରକାରଙ୍କ ତାମିଲନାଡ଼ୁରେ ଥିବା ଗ୍ଲୋବାଲ ଅଟୋମୋଟିଭ୍ ରିସର୍ଚ୍ଚ ସେଣ୍ଟରଠାରୁ ସାର୍ଟିଫିକେସନ ହାସଲ କରିଛି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତିତ ନିୟମ ଅନୁସାରେ ଏହି ମୋଟରକୁ କଠୋର ପରୀକ୍ଷା ଦେଇ ଗତି କରିବାକୁ ପଡ଼ିଥିଲା। ପରୀକ୍ଷା ବେଳେ ରେୟାର ଆର୍ଥରୁ ପ୍ରସ୍ତୁତ ସ୍ଥାୟୀ ଚୁମ୍ବକ ବ୍ୟବହାର ହୋଇଥିବା ମୋଟର ସହ ଫେରାଇଟ ମୋଟରର ପ୍ରଦର୍ଶନ ସମାନ ରହିଛି। ଏହା ଦକ୍ଷତା, ପ୍ରଦର୍ଶନ ଓ ଦୀର୍ଘସ୍ଥାୟିତ୍ବ ଦୃଷ୍ଟିରୁ ଏହା ପାରମ୍ପରିକ ମୋଟର ସମକକ୍ଷ। ଏହା ଖର୍ଚ୍ଚ ହ୍ରାସ କରିବା ଏବଂ ଯୋଗାଣ ଶୃଙ୍ଖଳ ଅସ୍ଥିରତା ଦୂର କରିବାରେ ସହାୟକ ହେବ। କମ୍ପାନି ପକ୍ଷରୁ ଚଳିତ ବର୍ଷ ଅଗଷ୍ଟରେ ଅନୁଷ୍ଠିତ ବାର୍ଷିକ କାର୍ଯ୍ୟକ୍ରମ ‘ସଂକଳ୍ପ ୨୦୨୫’ରେ ଏହି ମୋଟରକୁ ପ୍ରଦର୍ଶନ କରାଯାଇଥିଲା।
ସରକାରଙ୍କଠାରୁ ସାର୍ଟିଫିକେସନ ମିଳିଥିବାରୁ ଆଗାମୀ ଦିନରେ କମ୍ପାନି ଏହାର ଉତ୍ପାଦଗୁଡ଼ିକରେ ଏହି ମୋଟରକୁ ବ୍ୟବହାର କରିବା ଆରମ୍ଭ କରିବ ଯାହା ପ୍ରଦର୍ଶନ ଓ ସୁଲଭତାରେ ଉନ୍ନତି ଆଣି କୋଟି କୋଟି ଭାରତୀୟଙ୍କ ପାଖରେ ଇଲେକ୍ଟ୍ରିକ୍ ଯାନକୁ ପହଞ୍ଚାଇବ ବୋଲି କମ୍ପାନି ବିଶ୍ବାସ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/07/untitled-15-2025-10-07-07-24-58.jpg)