ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ପାଇଁ ଏବେ ଦେଶରେ ଲକଡାଉନ ଅବଧିକୁ କେନ୍ଦ୍ର ଓ ରାଜ୍ୟ ସରକାର ବଢ଼ାଇଥିବା ବେଳେ ଅତ୍ୟାବଶ୍ୟକ ଯାତାୟାତକୁ ସୁଗମ କରିବା ପାଇଁ କ୍ୟାବ ଏଗ୍ରିଗେଟର ଓଲା ବୁଧବାର ଦିନ ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ସହିତ ସହଭାଗିତା କରିଛି। ମେଡିକାଲ୍ କର୍ମଚାରୀ, ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ଘରୁ ମୁମ୍ବାଇର ଡାକ୍ତରଖାନା ପର୍ଯ୍ୟନ୍ତ ଯିବାରେ ସାହାଯ୍ୟ କରିବା ପାଇଁ ଓଲା। ଏଥିଲାଗି ଓଲା ବିଏମସିକୁ କାର ଯୋଗାଇଦେବ। ଏହା ସହ କାରଗୁଡିକ ମୁମ୍ବାଇରେ ଡାକ୍ତର ଏବଂ ବିଏମସି ଅଧିକାରୀମାନଙ୍କୁ ପ୍ରତିଟି ସ୍ଥାନକୁ ଯିବା ପାଇଁ ସାହାଯ୍ୟ କରିବେ ବୋଲି ଜଣାପଡିଛି | କୋଭିଡ-୧୯ ସହ ଲଢ଼ୁଥିବା ଆଗଧାଡ଼ିର ଯୋଦ୍ଧାମାନଙ୍କୁ ସାହାଯ୍ୟ କରିବା ପାଇଁ ଓଲା ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣା ଯାଇଛି |
ଭାଗିଦାରୀ ସମ୍ପର୍କରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପ କହିଛନ୍ତି: ଆମେ ଓଲା ସହ ଭାଗିଦାରୀ କରି ଡାକ୍ତର, ସ୍ୱାସ୍ଥ୍ୟ ସେବା କର୍ମଚାରୀ ତଥା ଶହ ଶହ ଆଗଧାଡ଼ିର କର୍ମଚାରୀଙ୍କୁ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ପାଳନ କରିବାରେ ସାହାଯ୍ୟ କରିପାରିଥିବାରୁ ଖୁସି। କୋଭିଡ-୧୯ ସହ ଲଢ଼ିବା ସହ ମୁମ୍ବାଇବାସୀଙ୍କୁ ସାହାଯ୍ୟ ଯୋଗାଇଦେବା ପାଇଁ ଆମେ ଆଗକୁ ଓଲା କମ୍ପାନୀ ସହ ମିଶି ଅଧିକ କାମ କରିବୁ ବୋଲି ଆଶା ରଖିଛୁ |
DriveSparkଓଲା ମୁଖପାତ୍ର ଆନନ୍ଦ ସୁବ୍ରମଣ୍ୟନ କହିଛନ୍ତି ଯେ, ଏହି ସହଭାଗିତା ଫ୍ରଣ୍ଟଲାଇନ ତଥା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପରି ଯୋଦ୍ଧାମାନଙ୍କୁ ପରିବହନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ଯେଉଁମାନେ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଆମକୁ ସାହାଯ୍ୟ କରୁଛନ୍ତି। ଏହି ସୁଯୋଗ ଦେଇଥିବାରୁ ଆମେ ବିଏମସିକୁ ଧନ୍ୟବାଦ ଜଣାଉଛୁ ଏବଂ ମୁମ୍ବାଇରେ ଅତ୍ୟାବଶ୍ୟକ ଗତିଶୀଳତାକୁ ସକ୍ଷମ କରିବା ପାଇଁ ସେମାନଙ୍କ ସହ କାର୍ଯ୍ୟ ଜାରି ରଖିବୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/65df8677-e278-429c-ada9-ce142c45f676.jpg)