ସୋମବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧର୍ମଘଟ କରିବେ ଓଲା ଏବଂ ଉବେର୍‌ ଡ୍ରାଇଭର୍‌

ନୂଆଦିଲ୍ଲୀ: ମାର୍ଚ ୧୯ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧର୍ମଘଟ କରିବେ ବୋଲି ଓଲା ଏବଂ ଉବେର୍‌ କାର୍‌ ଡ୍ରାଇଭର୍‌ମାନେ କହିଛନ୍ତି। ଦେଶର ଅନ୍ୟାନ୍ୟ ସହର ସହ ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ, ପୁଣେ ଆଦି ମୁଖ୍ୟ ସହରଗୁଡ଼ିକରେ ପାଳିତ ହେବ ବୋଲି ଜଣାପଡ଼ିଛି।

ସେମାନଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦିଆଯାଉଛି କିନ୍ତୁ, ବାସ୍ତବରେ ସେମାନଙ୍କ ନିଜ ମୂଲ ଉଠୁନାହିଁ। ସେମାନେ ୫ ରୁ ୭ ଲକ୍ଷ ଟଙ୍କା ବିନିଯୋଗ କରି ମାସକୁ ୧. ୫ ଲକ୍ଷ୍ୟ ଟଙ୍କା ମାସିକ ପାଇବେ ବୋଲି ଆଶା କରୁଥିଲେ। କିନ୍ତୁ କମ୍ପାନିର ପରିଚାଳନାଗତ ତ୍ରୁଟି ଯୋଗୁଁ ତା’ର ଅଧା ବି ଉଠୁ ନ ଥିବା କହିଛନ୍ତି ଧର୍ମଘଟର ଆୟୋଜକ ମହାରାଷ୍ଟ୍ର ନବନିର୍ମାଣ ବାହତୁକ ସେନା ତରଫରୁ କୁହାଯାଇଛି।

କମ୍ପାନି ନିଜ ମାଲିକାନାରେ ଥିବା ଗାଡ଼ିଗୁଡ଼ିକ ଉପରେ ପ୍ରାଧାନ୍ୟ ଦେଉଥିବା ବେଳେ ଡ୍ରାଇଭର୍‌ଙ୍କ ମାଲିକାନାରେ ଥିବା ଗାଡ଼ି ପ୍ରତି ଧ୍ୟାନ ଦେଉ ନାହିଁ।

କେବଳ ମୁମ୍ବାଇରେ ୪୫ ହଜାର ଓଲା ଏବଂ ଉବେର କମ୍ପାନିରେ ଅଛି ୪୫ ହଜାର ଟ୍ୟାକ୍ସି।

ସମ୍ବନ୍ଧିତ ଖବର