ନୂଆଦିଲ୍ଲୀ: ଫେବୃଆରୀ ୭ ତାରିଖ ଶନିବାର ଦିନ ଦେଶବ୍ୟାପି ଧର୍ମଘଟ କରିବେ ଓଲା, ଉବେର ଓ ରାପିଡୋ ଡ୍ରାଇଭର। ଅନଲାଇନ୍ ପ୍ଲାଟଫର୍ମରେ ଚାଲୁଥିବା ଏଗ୍ରିମେଣ୍ଟ ବା ମାଲିକମାନଙ୍କ ଶୋଷଣ ବିରୋଧରେ ୬ଘଣ୍ଟିଆ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି। ଏହି ବିରୋଧ ପ୍ରଦର୍ଶନକୁ ‘ଅଲ ଇଣ୍ଡିଆ ବ୍ରେକଡାଉନ୍’ର ନାଁ ଦିଆଯାଇଛି। ଏହି ଆନ୍ଦୋଳନ ତେଲେଙ୍ଗାନା ଗିଗ୍ ଓ ପ୍ଲାଟଫର୍ମ କର୍ମଚାରୀ ସଂଘ ଦ୍ବାରା ପରିଚାଳନା ହେବ, ଯାହା ଦ୍ବାରା ଅନେକ ସାଧାରଣ ଲୋକ, ଯେଉଁମାନେ ଓଲା, ଉବେରୋ ଓ ରାପିଡୋ ଉପରେ ନିର୍ଭର କରନ୍ତି ସେମାନେ ସମସ୍ୟା ଭୋଗିବେ।
କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲା ସଂଘ
କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ, ସଂଘ ମୋଟର ଯାନବାହନ ଏଗ୍ରିଗେଟର ନିର୍ଦ୍ଦେଶାବଳୀ, ୨୦୨୫କୁ ଉଲ୍ଲେଖ କରିଛି, ଯେଉଁଥିରେ କୁହାଯାଇଛି, ଅନେକ ରାଜ୍ୟରେ ଓଲା, ଉବେର ଓ ରାପିଡୋ ଭଳି ଏଗ୍ରିଗେଟରମାନେ ୨୦୨୫ରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ମେଟ୍ରୋ ଭେଇକିଲ୍ ଏଗ୍ରିଗେଟର ଗାଇଡଲାଇନ୍ ୨୦୨୫ ମାନୁନାହାନ୍ତି। ରାଜ୍ୟମାନେ ଏ ନେଇ କଠୋର ହେଉନାହାନ୍ତି। ଆପ୍ଲିକେସନରେ ଦିଆଯାଉଥିବା ଆଲଗୋରିଦମ୍ ଓ ଅନ୍ୟ କିଛି କାରଣ ବାହାନାରେ ସେମାନଙ୍କର ଆୟ ବା ପ୍ରାପ୍ୟ କମିଯାଉଛି। ସେମାନଙ୍କୁ ଏଗ୍ରିଗେଟର ଗାଇଡଲାଇନ୍ ଅନୁସାରେ ମୂଳ ପ୍ରାପ୍ୟ ବି ମିଳୁନାହିଁ। ଅନ୍ୟପଟରେ ବ୍ୟବସାୟିକ କ୍ଷେତ୍ରରେ ଘରୋଇ ଗାଡ଼ି ଲଗାଇବାକୁ ସେମାନେ ବିରୋଧ କରିଛନ୍ତି।
ସ୍ଥିର ଭଡ଼ା ନେଇ ସଂଘର ଦାବି
ସଂଘ କହିଛି ଯେ ଓଲା, ଉବେର, ରାପିଡୋ ଓ ଅଟୋ, କ୍ୟାବ୍ ଏବଂ ବାଇକ୍ ଟ୍ୟାକ୍ସି ପରିଚାଳନା କରୁଥିବା ଅନ୍ୟାନ୍ୟ ଏଗ୍ରିଗେଟର ପ୍ଲାଟଫର୍ମରେ କାମ କରୁଥିବା ଆରୋହୀମାନଙ୍କ ପାଇଁ କୌଣସି ସରକାରୀ ସ୍ଥିର ଭଡ଼ାର ବ୍ୟବସ୍ଥା ନାହିଁ, ତେଣୁ କମ୍ପାନୀ ଗୁଡ଼ିକ ନିଜସ୍ଵ ଭାବେ ଭଡ଼ା ସ୍ଥିର କରୁଛନ୍ତି। ଯାହାଫଳରେ ଲକ୍ଷ ଲକ୍ଷ ଆପ୍-ଆଧାରିତ ଡ୍ରାଇଭରମାନେ ଦାରିଦ୍ର୍ୟ ଭିତରକୁ ଠେଲି ହେଉଛନ୍ତି ଯେତେବେଳେ କି ଏଗ୍ରିଗେଟର କମ୍ପାନୀଗୁଡ଼ିକ ଲାଭ ଅର୍ଜନ କରୁଛନ୍ତି। ତେଣୁ ଏହି ଦାବି ପୂରଣ ନେଇ କାର୍ଯ୍ୟବନ୍ଦ ଡାକରା ଦେଇଛି ସଂଘ।
ଆହୁରି ପଢନ୍ତୁ - Delhi Janakpuri Accident: ଗାତରେ ପଡ଼ି ଚାଲିଗଲା ବାଇକ୍ ଚାଳକଙ୍କ ଜୀବନ, ଦିଲ୍ଲୀ ସରକାରଙ୍କ ଉପରେ ଉଠିଲା ପ୍ରଶ୍ନ...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/02/06/ola-uber-rapido-drivers-strike-2026-02-06-16-42-55.jpeg)