ଆଲିଗଡ଼ ବିଶ୍ବବିଦ୍ୟାଳୟରେ କରୋନାର କରାଳ ରୂପ, ମଲେଣି ୩୫ ଅଧ୍ୟାପକ

ପୁରୁଣା କବର ଖୋଳି ମୃତକଙ୍କୁ କବର ଦିଆଯ଼ାଉଛି 

ଆଲିଗଡ଼ :  କରୋନା ମହାମାରୀର ୨ୟ ଲହର ଯ଼ୋଗୁଁ ଗୁରୁତରଭାବେ ପ୍ରଭାବିତ ହୋଇଛି ଉତ୍ତରପ୍ରଦେଶସ୍ଥିତ ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟ(ଏଏମୟୁ) । ଏଏମୟୁରେ ଏପର୍ୟ଼୍ୟନ୍ତ ୩୫ ଜଣ ଅଧ୍ୟାପକ, ଅବସରପ୍ରାପ୍ତ ଅଧ୍ୟାପକ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ସ୍ଥିତି ଏପରି ହୋଇଛି ଯ଼େ ଏତେ ଲୋକଙ୍କୁ କବର ଦେବା ପାଇଁ ଏମଏମୟୁ ନିକଟରେ ଥିବା କବରସ୍ଥାନରେ ସ୍ଥାନ ଅଭାବ ପଡ଼ୁଛି । ଏଥିପାଇଁ ପୁରୁଣା କବର ଖୋଳି ମୃତକମାନଙ୍କୁ କବର ଦିଆଯ଼ାଉଛି । ଗତ କିଛି ସପ୍ତାହରେ ଏମଏମୟୁ କ୍ୟାମ୍ପସରେ ଯ଼େତେ ଲୋକ ମୃତ୍ୟୁବରଣ କରିଛନ୍ତି, ଗତ ବର୍ଷକ ମଧ୍ୟରେ ହୋଇଥିବା ମୃତ୍ୟୁସଂଖ୍ୟାକୁ ଟପିଯ଼ାଇଛି । ଏହାକୁ ନେଇ କ୍ୟାମ୍ପସରେ ଭୟ ଓ ଆତଙ୍କ ଖେଳିଯ଼ାଇଛି ।

କ୍ୟାମ୍ପସରେ ନିୟମିତ ମୃତ୍ୟୁ ଘଟଣାକୁ ନେଇ ଏମଏମୟୁ କର୍ତ୍ତୃପକ୍ଷ ବିଚଳିତ ହୋଇପଡ଼ିଛନ୍ତି । ଜିନୋମ ସିକ୍ବେନସିଂ ମାଧ୍ୟମରେ ପାଇଁ ଏସବୁ ମୃତ୍ୟୁର କାରଣ ଖୋଜିବାକୁ କୁଳପତି ଆଇସିଏମଆରକୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।

ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯ଼ୋଗୀ ଆଦିତ୍ୟନାଥ ଏମଏମୟୁ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି ଓ ସହାୟତା ପାଇଁ ଆଶ୍ବାସନା ଦେଇଛନ୍ତି ।

ସମ୍ବନ୍ଧିତ ଖବର