ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ‌ତେବେ ଏଭଳି ଘଟଣା ପୂର୍ବରୁ ବି ଅନେକ ଥର ଘଟିଥିବା ‌ଶୁଣିବାକୁ ମିଳିଛି।

Advertisment

ଦିଲ୍ଲୀରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ  ଅନ୍ତିମ ସଂସ୍କାର ପାଇଁ ମଶାଣିକୁ ନେଇଥିଲେ ପରିବାର ଲୋକେ । ହେଲେ ସେଠାରେ ଯାହା ଘଟିଥିଲା ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଲୋକ ଭୟ କରି ଯାଇଥିବା ବେଳେ ଆଉ କେତେଜଣ ସ୍ତବ୍ଧ ହୋଇ ଯାଇଥିଲେ। କାରଣ ମୁଖାଗ୍ନୀ ଦେବାକୁ ଆଉ କିଛି ସମୟ ବାକି ଥିବା ବେଳେ ମଣାଣିରେ ବୃଦ୍ଧ ଜଣକ ଜୀବିତ ଥିବା ଜଣାପଡ଼ିଥିଲା।

Old man alive again just before the funeral in delhi viral news | अंतिम  संस्कार से ठीक पहले जिंदा हुआ शख्स! चौंकाने वाली घटना से हर कोई रह गया दंग  | Hindi

ପରିବାର ଲୋକଙ୍କ କହିବା ମୁତାବକ, ଏହି ବୟସ୍କ ବ୍ୟକ୍ତି ଜଣକ କ୍ୟାନ୍ସରରେ ପୀଡିତ ଥିଲେ। ଦେହ ଖରାପ ଥିବାରୁ ତାଙ୍କୁ କିଛି ଦିନ ହେବ ଦ୍ୱାରକା ଭେଙ୍କଟେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ କିଛି ପରିବର୍ତ୍ତନ ହେଲା ନାହିଁ । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଆଇସିୟୁର ଖର୍ଚ୍ଚ ଦେବାକୁ ପରିବାର ଲୋକଙ୍କର ସମ୍ବଳ ନଥିଲା ।

ତେଣୁ ଡାକ୍ତରଙ୍କୁ କହି ତାଙ୍କୁ ଘରକୁ ନେଇ ଆସିଥିଲେ । ହେଲେ ତାଙ୍କ ଠାରୁ ଭେଣ୍ଟିଲେଟର ହଟାଯିବା ପରେ ତାଙ୍କର ଶ୍ୱାସକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ଦୀର୍ଘ ଘଣ୍ଟା ଧରି ନିଶ୍ୱାସ ନଫେରିବାରୁ ପରିବାର ଲୋକେ ତାଙ୍କୁ ମୃତ ବୋଲି ଭାବି ନେଇଥିଲେ । ଏବଂ ତାଙ୍କର ଅନ୍ତିମ ସଂସ୍କାର ପାଇଁ ମଶାଣିକୁ ନେଇଥିଲେ । ସେଠାରେ ଜୁଇ ପ୍ରସ୍ତୁତ ହୋଇ, ତା’ ଉପରେ ବୃଦ୍ଧଙ୍କ ମୃତଦେହ ରଖାଯାଇଥିଲା। ଆଉ ମୁଖାଗ୍ନି ଦେବାକୁ ପ୍ରସ୍ତୁତି ଚାଲିଥିବା ବେଳେ ବୃଦ୍ଧ ଜଣକ ଆଖି ଖୋଲି ଦେଇଥିଲେ।