ଔରଙ୍ଗାବାଦ: ବିହାରର ଔରଙ୍ଗାବାଦ ଜିଲ୍ଲାରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ଅତି ବର୍ବର ଭାବେ ହତ୍ୟା କରାଯାଇଛି। ହତ୍ୟା ପରେ ଶବର ମୁଣ୍ଡ କାଟ କରାଯାଇଥିଲା ଏବଂ ଅଣ୍ଟାରୁ ପାଦ ପର୍ଯ୍ୟନ୍ତ ଅଂଶକୁ କାଟି ‘ହୋଲିକା ଦହନ’ରେ ଜାଳି ଦିଆଯାଇଛି। ମୃତ ବ୍ୟକ୍ତିଙ୍କୁ ଯୁଗଳ ଯାଦବ ବୋଲି ଚିହ୍ନଟ କରାଯାଇଛି। ପୁଲିସ ଏହି ଘଟଣାରେ ଗୁଣିଗାରେଡ଼ି କରିଥିବା ତାନ୍ତ୍ରିକର ଜଣେ ସମ୍ପର୍କୀୟ ସମେତ ୪ ଜଣଙ୍କୁ ଗିରଫ କରିଛି। ଅନ୍ୟପକ୍ଷେ ତାନ୍ତ୍ରିକ ଏବେ ଫେରାର୍ ଅଛି। ଔରଙ୍ଗାବାଦ ଏସ୍ପି ଅମ୍ବରିଶ ରାହୁଲ କହିଛନ୍ତି, ମଦନପୁର ଥାନା ମାର୍ଚ୍ଚ ୩ ତାରିଖରେ ଗୁଲାବ୍ ବିଘା ଗ୍ରାମର ଯୁଗଳ ଯାଦବ ନିଖୋଜ ଥିବା ନେଇ ଏକ ଅଭିଯୋଗ ଗ୍ରହଣ କରିଥିଲା।
ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କଲା ଏବଂ ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା। ତଦନ୍ତ ସମୟରେ ଅଧିକାରୀମାନେ ପଡ଼ୋଶୀ ବଙ୍ଗେର ଗ୍ରାମର ହୋଲିକା ଦହନ ପାଉଁଶରୁ ମଣିଷ ଅସ୍ଥି ପାଇଥିଲେ। ଅଧିକାରୀମାନେ ଏହି ସ୍ଥାନକୁ ଭଲଭାବେ ଯାଞ୍ଚ କରିବାପରେ ଜଳି ଯାଇଥିବା ମଣିଷର ଅସ୍ଥି ଏବଂ ସ୍ଲିପର୍ ପାଇଥିଲେ। ତୁରନ୍ତ ଏକ ଡଗ୍ ସ୍କ୍ବାଡ୍ ମୁତୟନ କରାଗଲା ଏବଂ ତଦନ୍ତ ଆଧାରରେ ପୁଲିସ ଟିମ୍ା ତାନ୍ତ୍ରିକ ରାମାଶିଷ ରିକ୍ୟାସନର ଘରେ ପହଞ୍ଚିଥିଲେ। ରାମାଶିଷ ଏହି ସମୟରେ ଘରେ ନଥିବାବେଳେ ତା’ର ଜଣେ ସମ୍ପର୍କୀୟ ଘରେ ଥିଲା ଏବଂ ତାକୁ ଜେରା ପାଇଁ ହାଜତକୁ ନିଆଯାଇଥିଲା। ଜେରା ସମୟରେ ଧର୍ମେନ୍ଦ୍ର ସ୍ବୀକାର କରିଥିଲା ଯେ ସେ ଏବଂ ଅନ୍ୟମାନେ କଳାଯାଦୁ ପାଇଁ ଯୁଗଳଙ୍କୁ ଅପହରଣ କରି ତାଙ୍କର ମୁଣ୍ଡକାଟ କରିଥିଲେ ଏବଂ ଶରୀରର ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ କାଟି ହୋଲିକା ଦହନରେ ଜାଳି ଦେଇଥିଲେ। ଧର୍ମେନ୍ଦ୍ରର ବିବୃତିକୁ ଆଧାର କରି ପୁଲିସ ମୃତ ଯୁଗଳଙ୍କ ଶରୀରର ଆଉ କିଛି ଅଂଶ ଏକ ଜମିରୁ ପାଇଥିଲା। ଏହି ମାମଲାରେ ମୋଟ ୪ ଜଣ ଗିରଫ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/30/yscB8MLk9Qdh9VwXQqdb.jpg)