୨୦୦୦ଥର ଥାନାକୁ କଲ୍ କରି ପୁଲିସକର୍ମୀଙ୍କୁ ଗାଳି ଦେଲେ ବୃଦ୍ଧ, ପରେ…

ନୂଆଦିଲ୍ଲୀ: ୨୦୦୦ଥର ଥାନାକୁ କଲ୍ କରି ପୁଲିସକର୍ମୀଙ୍କୁ ଗାଳି ଦେଲେ ବୃଦ୍ଧ। ଜଣେ ବୃଦ୍ଧ ବ୍ୟକ୍ତି ୯ଦିନରେ ୨୦୦୦ରୁ ଅଧିକ ଥର ପୁଲିସକୁ ଫୋନ କରିଥିଲେ। ସେ ପୁଲିସ ଷ୍ଟେସନକୁ ଫୋନ କରି ପୁଲିସକୁ ଦୁର୍ବ୍ୟବହାର କରିବା ସହ ଗାଳି ଦେଇଥିଲେ। ଏନେଇ ତାଙ୍କୁ ଗିରଫ କରାଯାଇଛି। ଗିରଫ ପରେ ଜଣାପଡ଼ିଛି ଯେ, ବୃଦ୍ଧଜଣକ ଦୀର୍ଘ ବର୍ଷ ଧରି ଏଭଳି କରିଆସୁଥିଲେ। କିନ୍ତୁ ନିକଟ ଅତୀତରେ, ସେ ଏହି କାମ ଅଧିକ କରିବା ଆରମ୍ଭ କରିଥିଲେ।

ସୋରାନିଉଜ୨୪ ଅନୁଯାୟୀ, ଏହି ଘଟଣା ଘଟିଛି ଜାପାନରେ। ଅଭିଯୁକ୍ତଙ୍କ ବୟସ ୬୭ବର୍ଷ ହୋଇଥିବା ବେଳେ ସେ ସାଇଟାମା ପ୍ରିଫେକଚୁରାଲ ପୁଲିସ ଷ୍ଟେସନକୁ ବାରମ୍ବାର ଫୋନ କରି ପୁଲିସକୁ ଅପମାନିତ କରୁଥିଲେ। ସେ ୯ଦିନରେ ୨୦୬୦ ଥର ପୁଲିସ ଷ୍ଟେସନକୁ ଫୋନ କରିଥିଲେ। ଫୋନ କରି ବୃଦ୍ଧ ପୁଲିସ୍ ଟ୍ୟାକ୍ସ ଚୋର ଏବଂ ବେଳେବେଳେ ମୂର୍ଖ ବୋଲି କହୁଥିଲେ। ସେମାନଙ୍କୁ ଚାକିରିରୁ ବିଦା କରିବା ଉଚିତ ବୋଲି ମଧ୍ୟ ସେ ଦାବି କରୁଥିଲେ। ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୮ ମଧ୍ୟରେ ଅଭିଯୁକ୍ତ ଏକାଧିକ ଥର କଲ୍ କରିଥିବା ବେଳେ ପ୍ରତି ୬ ମିନିଟରେ ଥରେ କଲ କରୁଥିଲେ। ଏହି କାରଣରୁ ପୁଲିସର ହେଲ୍ପଲାଇନ ସେବା ମଧ୍ୟ ବ୍ୟାହତ ହେଉଥିଲା। ଏହି ମାମଲାରେ ପୁଲିସ ତାଙ୍କୁ ନଭେମ୍ବର ୨୮ରେ ଗିରଫ କରିଥିଲେ ବି ଏଭଳି କରିବା ପଛର କାରଣ ଜଣାଇନାହାନ୍ତି ବୃଦ୍ଧ।

ସମ୍ବନ୍ଧିତ ଖବର