ମା, ପତ୍ନୀ ଓ ପୁଅର କରୋନାରେ ମୃତ୍ୟୁ ପରେ ଦୁଃଖ ଭୁଲିବାକୁ ମଦ ପିଇବାକୁ ପଡୁଛି, ପୁଲିସକୁ କିଛି ଏଭଳି ଶୁଣାଇଲେ ବ୍ୟକ୍ତି

ଲଖନଉ: କରୋନା କର୍ଫ୍ୟୁ ଯୋଗୁଁ ଏପ୍ରିଲ ୩୦ରୁ ଉତ୍ତରପ୍ରଦେଶରେ ବନ୍ଦ ହୋଇଥିବା ମଦ ଦୋକାନ ମଙ୍ଗଳବାର ଦିନ ଖୋଲା ଯାଇଥିଲା। କୋଭିଡ ନିୟମ ପାଳନ କରି ମଦ ଦୋକାନ ଖୋଲିବାକୁ ନିୟମ ଜାରି କରାଯାଇଥିଲା | ଆଉ ମଦ ଦୋକାନରେ ଲୋକଙ୍କ ଗହଳି ଦେଖି ପୁଲିସକୁ ନାକେଦମ ହେବାକୁ ପଡିଛି | ତେବେ ଲୋକଙ୍କ ଗହଳି ଦେଖି ପୁଲିସ ଚଢ଼ାଉ କରିଥିବାବେଳେ ଆଜି ଜଣେ ବ୍ୟକ୍ତି ପୁଲିସଙ୍କୁ ତାଙ୍କର ଦୁଃଖ କାହାଣୀ ଶୁଣାଇଛନ୍ତି | ଉତ୍ତରପ୍ରଦେଶର ପାଙ୍କିରେ ଥିବା ଏକ ମଦ ଦୋକାନରେ ଭିଡ ଜମାଇଥିବାବେଳେ ପୁଲିସ ଲାଠିଚାର୍ଜ କରିଥିଲା |

ଏହି ସମୟରେ ଜଣେ ୫୫ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କର ଯନ୍ତ୍ରଣାଦାୟକ କାହାଣୀ ବର୍ଣ୍ଣନା କରିବାବେଳେ ପୁଲିସ ବାବୁମାନେ ଚୁପଚାପ ଶୁଣିଥିଲେ | ବୃଦ୍ଧଙ୍କ କହିବାନୁସାରେ, କରୋନା ଯୋଗୁଁ ତାଙ୍କ ମା, ପତ୍ନୀ ଏବଂ ପୁଅର ମୃତ୍ୟୁ ହୋଇଛି | ଆଉ ଜୀବନରେ ଘଟିଥିବା ଏହି ଦୁଃଖଦ ସ୍ଥିତିକୁ ଭୁଲିବାକୁ ମଦ୍ୟପାନ ବ୍ୟତୀତ ଆଉ କୌଣସି ଉପାୟ ନାହିଁ | ସୂଚନା ଥାଉ କି କରୋନା କର୍ଫ୍ୟୁ ଯୋଗୁଁ ଏପ୍ରିଲ୍ ୩୦ ରୁ ମଦ ଦୋକାନ ବନ୍ଦ ରହିଥିଲା |

୨ ଦିନ ପୂର୍ବରୁ ମଦ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ସରକାରଙ୍କୁ ଏକ ଚିଠି ଲେଖିଥିଲେ। ଏହା ପରେ ସରକାର ମଙ୍ଗଳବାର ଠାରୁ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। କୋଭିଡ ନିୟମ ଅନୁଯାୟୀ ଦୋକାନ ଖୋଲିବା ସହ ଯେଭଳି ବହୁ ସଂଖ୍ୟାରେ ଲୋକଙ୍କ ଗହଳି ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି |

ସମ୍ବନ୍ଧିତ ଖବର