ନୂଆଦିଲ୍ଲୀ: ଆଗ୍ରାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତାଜମହଲ ଦେଖିବା ପାଇଁ ପୁଅ ବୃଦ୍ଧ ବାପାଙ୍କୁ ଏକ କାର ଭିତରେ ଛାଡ଼ି ଦେଇ ସ୍ତ୍ରୀ ପିଲାଙ୍କୁ ନେଇ ବୁଲିବାକୁ ଚାଲିଯାଇଥିଲେ। ଠିକ ସମୟରେ ଜଣେ ସ୍ଥାନୀୟ ଗାଇଡଙ୍କ ନଜର କାର ଭିତରେ ଥିବା ବୃଦ୍ଧଙ୍କ ଉପରେ ପଡ଼ିଥିଲା। ଏହାପରେ ସେ ପାଖରେ ଥିବା ଅନ୍ୟ ଗାଇଡଙ୍କ ସାହାଯ୍ୟରେ ବୃଦ୍ଧଙ୍କୁ କାର ଭିତରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।
ଘଟଣାଟି ହେଉଛି ଏପରି ।ତାଜମହଲ ଦେଖିବା ପାଇଁ ମହାରାଷ୍ଟ୍ରର ଏକ ପରିବାର କାର ଯୋଗେ ପଶ୍ଚିମ ଫାଟକର ପାର୍କିଂରେ ପହଞ୍ଚିଥିଲେ। ଏଠାରେ କାର ରଖିବା ପରେ ଦୁଇଭାଇ କାର ଭିତରେ ସାଥୀରେ ଆଣିଥିବା ବୃଦ୍ଧ ବାପାଙ୍କୁ ବାନ୍ଧି ଦେଇ ବୁଲିବାକୁ ଚାଲି ଯାଇଥିଲେ।
ଫଳରେ ବୃଦ୍ଧ ଜଣକ ବାହାରକୁ ବାହାରି ନପାରି ଅସୁସ୍ଥ ହୋଇପଡ଼ିଥିଲେ। ଏଭଳି ଏକ ସମୟରେ ସ୍ଥାନୀୟ ଜଣେ ଗାଇଡ଼ କାର ଭିତରେ ବୃଦ୍ଧଙ୍କୁ ଦେଖିବାକୁ ପାଇଥିଲେ। ସେ ସ୍ଥାନୀୟ ଅନ୍ୟକିଛିଗାଇଡ଼ଙ୍କ ସାହାଯ୍ୟରେ କାରଡୋରକୁ ଭାଙ୍ଗି ବୃଦ୍ଧଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରି ସଙ୍ଗେସଙ୍ଗେ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବୃଦ୍ଧଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଁ ଯାଉଥିବା ଖବର ପାଇବା ପରେ ତାଜମହଲ ବୁଲୁଥିବା ଦୁଇପୁଅ ସଙ୍ଗେସଙ୍ଗେ ଆସି ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ପଛେପଛେ ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/18/oldman-2-2025-07-18-14-44-29.jpg)