ଜାଣନ୍ତୁ ଭାରତୀୟ ବାୟୁସେନାର ଆକ୍ରମଣ ପରେ ବାଲାକୋଟରେ ପଡିଥିବା ମୃତଦେହଗୁଡ଼ିକର ସତ୍ୟତା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଫେବ୍ରୁଆରି ୨୬ରେ ଆକାଶ ମାର୍ଗରୁ ପାକିସ୍ତାନର ବାଲାକୋଟରେ ପ୍ରବେଶ କରି ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଇ-ମହମ୍ମଦ ସଙ୍ଗଠନର ପ୍ରଶିକ୍ଷଣ ଶିବିରକୁ ଧ୍ୱଂସ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟସ୍‌ ଆପ୍‌ରେ ଏମିତି କିଛି ଫଟୋ ଭାଇରାଲ ହୋଇଛି, ଯାହାକୁ ଭାରତ ଆକ୍ରମଣ ପରେ ବାଲାକୋଟର ସ୍ଥିତି ବୋଲି କୁହାଯାଉଛି।

ଭାରତ ବାୟୁସେନା ଆକ୍ରମଣରେ ୨୦୦ରୁ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ତେବେ ହ୍ଵାଟସ୍‌ ଆପରେ ସେୟାର ହେଉଥିବା ଏହି ଫଟୋ ୨୦୦୫ ଅକ୍ଟୋବର ୮ ଓ ୧୦ରେ ଅର୍ଥାତ୍‌ ପାଖାପାଖି ୧୪ବର୍ଷ ପୂର୍ବେ ବାଲାକୋଟରେ ଆସିଥିବା ଭୂକମ୍ପର ସମୟରେ ଉଠା ଯାଇଥିଲା। ଯେଉଁଥିରେ ୨୩ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଏହା ବ୍ୟତୀତ ଏଥିରେ ୨୦୧୪ ନଭେମ୍ବର ୩ରେ ଓ୍ଵାଘା ବର୍ଡର ହୋଇଥିବା ତାଲିବାନ ଆକ୍ରମଣ ପରେ ମୃତଦେହ ସହିତ ପରିଜନ ଛିଡା ହୋଇଥିବା ଦୃଶ୍ୟର ଫଟୋ ରହିଛି। ଏହି ଆକ୍ରମଣରେ ୬୦ରୁ ଊର୍ଧ୍ୱ ଜଣଙ୍କ ମୃତ୍ୟୁ ହୋଇଥିଲା।

ଏହି ଫଟୋ ଯାଞ୍ଚ ପରେ ଏହାର ଅସଲ ଆଧାର ଜଣାପଡ଼ିଥିଲା। ତେଣୁ ଭାରତୀୟ ସେନା ଆକ୍ରମଣ ପରେ ବାଲାକୋଟରୁ ଯେଉଁ ଫଟୋ ସାମ୍ନାକୁ ଆସିଛି। ତାହା ଅଲଗା ଅଲଗା ଘଟଣାର।

ସମ୍ବନ୍ଧିତ ଖବର