ନୂଆଦିଲ୍ଲୀ: ସମ୍ପ୍ରତି ରୁଷ୍ ଆକ୍ରମଣର ପ୍ରତିରୋଧ କରି ସମଗ୍ର ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କି କିନ୍ତୁ, ୨୦୦୬ରେ ‘ଡ୍ୟାନ୍ସ୍ ରିଅଲିଟି ସୋ’ରେ ଅଂଶଗ୍ରହଣ କରି ଖୁବ୍ ଜନପ୍ରିୟ ହୋଇଯାଇଥିଲେ।
ସେ ସମୟରେ ଜେଲେନ୍ସ୍କି ଷ୍ଟାର୍ମାନଙ୍କ ସହ କରିଥିବା ନୃତ୍ୟର ଦୃଶ୍ୟାବଳୀ ଥିବା ଏକ ଭିଡିଓ ସଙ୍କଳନ ଏବେ ଅନ୍ଲାଇନ୍ରେ ବ୍ୟାପକ ଭାଇରାଲ୍ ହୋଇଚାଲିଛି। ଏହି କ୍ଲିପ୍ରେ ସେ ଓଲେନା ଶୋପ୍ଟେଙ୍କୋ ସହ ନୃତ୍ୟ କରୁଥିବା ଦୃଶ୍ୟ ରହିଛି। ନୃତ୍ୟ ପାରଦର୍ଶିତା ପ୍ରଦର୍ଶନ କରୁଥିବା ଭୋଲୋଦିମିର୍ ଇଣ୍ଟର୍ନେଟ୍ରେ ଦେଖଣାହାରୀଙ୍କ ମନମୋହି ନେଉଛନ୍ତି।
so apparently Zelenskyy won the Ukrainian version of Dancing with the Stars in 2006 and the tape is even better than whatever you're imagining pic.twitter.com/L1gnKD2ISr
— Kat Abu (@abughazalehkat) February 27, 2022
ଉକ୍ତ ରିଅଲିଟି ସୋ’ର ପ୍ରଥମ ସିଜନ୍ରେ ସେ ବିଜୟୀ ଘୋଷିତ ହୋଇଥିଲେ। ଟୁଇଟର୍ରେ ଭାଇରାଲ୍ ହୋଇଥିବା ପୋଷ୍ଟ୍ରେ ଉଲ୍ଲେଖ ଥିବା ପରିଚୟୋକ୍ତିରେ ଲେଖାଯାଇଛି: ୨୦୦୬ରେ ‘ଡ୍ୟାନ୍ସିଙ୍ଗ୍ ୱିଥ୍ ଷ୍ଟାର୍ସ’ର ୟୁକ୍ରେନୀୟ ସଂସ୍କରଣରେ ଜେଲେନ୍ସ୍କି ବିଜୟୀ ହୋଇଛନ୍ତି। ଏହି ଭିଡିଓ ଟେପ୍ ଏତେ ସୁସ୍ପଷ୍ଟ ଆପଣ କଳ୍ପନା କରି ନ ଥିବେ।
ଅନ୍ଲାଇନ୍ରେ ସେୟାର୍ ହେବା ପରେ ଏହି କ୍ଲପ୍କୁ ୧ ନିୟୁତ ବ୍ୟବହାରକାରୀ ଦେଖି ମନ୍ତବ୍ୟ ଦେଲେଣି।