ନୂଆଦିଲ୍ଲୀ: ଆମ୍ ଆଦ୍ମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ସହ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର ଗତ ଶନିବାର ନୂଆଦିଲ୍ଲୀରେ ନିର୍ବନ୍ଧ ଅନୁଷ୍ଠିତ ହୋଇ ଯାଇଛି। କନ୍ନଟପ୍ଲେସ୍ସ୍ଥିତ କପୁରତାଲା ହାଉସରେ ହୋଇଥିବା ରାଘବ ଓ ପରିଣୀତିଙ୍କ ନିର୍ବନ୍ଧର ଅନେକ ଫଟୋ ଓ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଛି। ତେବେ ରାଘବ ଓ ପରୀଙ୍କ ନିର୍ବନ୍ଧ ପରେ ସଂସଦରେ ରାଘବଙ୍କର ଏକ ପୁରୁଣା ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ଭିଡିଓରେ ଉପ ରାଷ୍ଟ୍ରପତି ରାଘବଙ୍କୁ ପ୍ରଥମ ପ୍ରେମ ବିଷୟରେ କହି ଥଟା କରୁଥିବା ଦେଖିବାକୁ ମିଳିଛି।
ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ଦେବା ଦିନ ବିଦାୟ ଅଭିଭାଷଣରେ ରାଘବ କହିଥିଲେ ଯେ,‘ସମସ୍ତଙ୍କୁ ସେମାନଙ୍କର ପ୍ରଥମ ଅନୁଭବ ସବୁବେଳେ ମନେ ରହିଥାଏ। ବିଦ୍ୟାଳୟରେ ପ୍ରଥମ ଦିନ, ବିଦ୍ୟାଳୟର ପ୍ରଥମ ଶିକ୍ଷକ, ପ୍ରଥମ ପ୍ରେମ ସବୁ ମନେ ରହିଥାଏ। ମୁଁ ଯେତେବେଳେ ଏହି ଗୃହକୁ ଆସିଥିଲି, ପ୍ରଥମ ଚେୟାରମ୍ୟାନ ଭାବରେ ମୁଁ ଆପଣଙ୍କୁ ମନେ ରଖିବି।’ ଏହା ପରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସାଂସଦ ରାଘବଙ୍କୁ ପଚାରିଥିଲେ ଯେ, ପ୍ରେମ ପ୍ରଥମ ଥର ପାଇଁ ହୁଏ କି? ପ୍ରେମ ଦ୍ୱିତୀୟ ବା ତୃତୀୟ ଥର ହୁଏ ନାହିଁ କି?ରାଘବ ପ୍ରଥମ ପ୍ରେମ ଭଲ ହୋଇଥାଏ ନା?
ତତ୍କାଳୀନ ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଏପରି ପ୍ରଶ୍ନ ପଚାରୁଥିବା ବେଳେ ଏବେ ଏବେ ଅନୁଭବ ହୋଇନାହିଁ ସାର୍ ବୋଲି କହି ଲାଜେଇ ଯାଇଥିଲେ ସାଂସଦ। ଏହାପରେ ଭେଙ୍କେୟା ନାଇଡୁ ହସିଥିଲେ ଏବଂ କହିଥିଲେ ଯେ, ‘ହଁ! ପ୍ରଥମ ପ୍ରେମ ଭଲ, ସେହି ପ୍ରେମ ସବୁଦିନ ଓ ସାରା ଜୀବନ ପାଇଁ ରହିବା ଉଚିତ’ | ସେ ପୁଣି ପଚାରିଥିଲେ, ‘ରାଘବ ପ୍ରଥମ ପ୍ରେମ ହିଁ ହୋଇଥାଏ ନା? ଥରେ, ଦୁଇ ଥର ଓ ତିନି ଥର ଏପରି ତ ହୁଏ ନାହିଁ?’ ଜୀବନରେ ଏତେ ଅନୁଭବ ହୋଇନାହିଁ, ହେଲେ ଭଲ ହୋଇଥାଏ ବୋଲି କହି ରାଘବ ହସୁଥିବାର ଭିଡିଓରେ ଦେଖିବାକୁ ମିଳିଛି।
Raghav Chadda : 'सर हर व्यक्ति को अपना स्कूल का पहला दिन, पहली टीचर, पहला प्यार याद होता है, मैं पहले चेयरमैन के रूप में आपको याद रखूंगा' @MVenkaiahNaidu : 'राघव प्यार पहला ही होता है ना? दूसरी, तीसरी बार तो नहीं?' pic.twitter.com/i1rYM2Mrkk
— News24 (@news24tvchannel) August 8, 2022
ସଂସଦ ଭିତରର ଏହି ଭିଡିଓଟି ହେଉଛି ରାଘବଙ୍କ ନିର୍ବନ୍ଧ ପୂର୍ବର। ତେବେ ଏହି ଭିଡିଓଟି ଏବେ ଖୁବ୍ ଜୋର୍ରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଚାଲିଛି। ପୂର୍ବତନ ଉପରାଷ୍ଟ୍ରପତି ନାଇଡୁ ସମାଜକୁ ସୁନ୍ଦର ବାର୍ତ୍ତା ହେଉଛନ୍ତି ବୋଲି କେହି କେହି ଲେଖିଥିବା ବେଳେ ସଂସଦରେ ବି ଏପରି କଥା ହୁଅନ୍ତି ବୋଲି ଲେଖି କେହି କେହି ଆଶ୍ଚର୍ଯ୍ୟ ବି ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Venkeya.jpg)